Monday, October 5, 2026
22.4 C
Odisha

    ନିଲମ୍ବିତ ହେଲେ ୩ ପୋଲିସ

    ଆଗକୁ ପଢନ୍ତୁ

    ନୟାଗଡ଼ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ ସିରିଜ ଚୋରି ଘଟଣାରେ ଅଭିଯୋଗକାରୀଙ୍କୁ ଅସହଯୋଗ ନେଇ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏସ୍‌ଆଇ ହସିନା ପ୍ରଧାନ, ଏଏସ୍‌ଆଇ ରାଜେଶ୍ବରୀ ନାୟକ ଏବଂ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ନୟାଗଡ଼ ଏସ୍‌ପି ରାହୁଲ ଜୈନ ବୁଧବାର ନିଲମ୍ବନ କରିଛନ୍ତି। ଚୋରି ପରେ ଅଭିଯୋଗକାରୀ ଚୋରି ଓ ସୁରକ୍ଷା ସମ୍ପର୍କରେ ସଦରଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ଥାନାରେ ଉପସ୍ଥିତ ପୋଲିସ କିଛି ନ ଶୁଣି ସକାଳେ ବୁଝିବାକୁ ଦର୍ଶାଇ ତଡ଼ି ଦେଇଥିଲେ। ଚୋରମାନେ ଗତ ୩୦ ତାରିଖ ରାତିରେ ୪ଜଣଙ୍କ ଘରୁ ବିଳମ୍ବିତ ରାତିରେ ଝରକା ଏବଂ କବାଟ ତାଡ଼ି ୨୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ଲକ୍ଷାଧିକ ଟଙ୍କା ଚୋରାଇ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ