Sunday, March 22, 2026
20.3 C
Odisha

    ପୁଲିସ-ନକ୍ସଲ ଗୁଳିବିନିମୟ: ଜଂଗଲରୁ ୨ଟି ବୋମା ଉଦ୍ଧାର, ନିଷ୍କ୍ରିୟ କଲେ ଯବାନ

    ଆଗକୁ ପଢନ୍ତୁ

    ମାଲକାନଗିରି:  ସୀମାନ୍ତ ଛତିଶଗଡ଼ରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଆଜି ନକ୍ସଲ ସହିଦ ସପ୍ତାହର ଶେଷ ଦିନ ହୋଇଥିବା ବେଳେ ପୁଲିସ ଜଂଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଥିଲା। ସକାଳୁ ନକ୍ସଲ ସହ ମୁହାଁମୁହିଁ ହେବା ପରେ ଦୁଇ ପଟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା।ତେବେ ଏହି ଗୁଳିବିନିମୟରେ କେହି ମୃତାହତ ହୋଇନଥିବା ଜଣାପଡିଛି। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚଅପରେସନ କରୁଥିବା ବେଳେ ଜଂଗଲରୁ ଦୁଇଟି ବୋମା ଉଦ୍ଧାର କରିଥିଲେ।ଗୋଟିଏ ପାଇପ ବୋମା ଓ ଅନ୍ୟଟି ପ୍ରେସର କୁକର ବୋମା। ଏହି ଦୁଇ ବୋମାକୁ ଯବାନ ଜଂଗଲରେ ହିଁ ନିଷ୍କ୍ରିୟ କରିଥିଲେ। ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଏହି ବୋମା ଖଞ୍ଜିଥିଲେ। ତେବେ ଏଥିରେ କୌଣସି ଯବାନର କିଛି କ୍ଷତି ଘଟନଥିବା ନାରାୟଣପୁର ଏସପି ପ୍ରଭାତ କୁମାର ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ