Monday, July 6, 2026
25.4 C
Odisha

    ପୋଲିସ-ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ୩ ମାଓବାଦୀ ନିହତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଠାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ତିନୋଟି ବନ୍ଧୁକ, ଔଷଧ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ବାସାଗୁଡା ଥାନା ଅନ୍ତର୍ଗତ ବେଲମଗୁଟା ଜଙ୍ଗଲରେ ମାଓ ନେତା ବିନୋଦ, ରାଜୁ ଓ ବିଶ୍ବନାଥଙ୍କ ସହ ପ୍ରାୟ ୨୫ ଜଣ ମାଓବାଦୀ ଲୁଚି ରହିଥିବା ନେଇ ପୋଲିସର ଗୁଇନ୍ଦା ବିଭାଗକୁ ବିଶେଷ ସୂତ୍ରରୁ ସୁଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଜଙ୍ଗଲରେ କିଛି ସମୟ ଧରି ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ତିନି ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    25.4 ° C
    25.4 °
    25.4 °
    86 %
    4.6kmh
    100 %
    Mon
    26 °
    Tue
    28 °
    Wed
    32 °
    Thu
    31 °
    Fri
    30 °

    ସମ୍ବନ୍ଧିତ