Saturday, March 21, 2026
19.7 C
Odisha

    ଭୁବନେଶ୍ୱରରୁ ଅପହୃତ ଶିଶୁକୁ ଉଦ୍ଧାର କଲା ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱରରୁ ଅପହୃତ ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇଛି । କଟକରୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୁଲିସ । ତେବେ ସୂଚନା ଅନୁସାରେ ପାରିବାରିକ କଳହରୁ ନିଜ ପୁଅକୁ ମା’ କୋଳରୁ ଛଡାଇନେବାକୁ ଉଦ୍ୟମ କରିଥିଲା ବାପା । ଏହି ମାମଲାରେ ବାପା ସମେତ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।ଅପହୃତ ଶିଶୁ ଉଦ୍ଧାର ହେବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଶିଶୁ ଅପହୃତ ଖବର ପାଇବା କ୍ଷଣି ତୁରନ୍ତ ନିକଟସ୍ଥ ସମସ୍ତ ଥାନାକୁ ସୂଚନା ଦିଆଯାଇଥିଲା । ଏପରିକି ଶିଶୁକୁ ଉଦ୍ଧାର କରିବାକୁ ପ୍ରତି ଗାଡିକୁ ଯାଞ୍ଚ କରାଯାଇଥିଲା । ତେବେ ଶିଶୁର ବାପାଙ୍କୁ ଅପହୃତ ବାବଦରେ ପଚରାଉଚରା ବେଳେ ସନ୍ଦେହ ସୃଷ୍ଟି ହୋଇଥିଲା । ତାଙ୍କ କଥାରେ ତାଳମେଳ ନଥିବାରୁ ସନ୍ଦେହ ଆହୁରି ବଢିଥିଲା । ପରେ ଶିଶୁଟିକୁ ଅପହୃତ କରିଥିବା ନେଇ ସ୍ୱୀକାର କରିଥିଲା ଅଭିଯୁକ୍ତ ବାପା । ଏହି ଘଟଣାରେ ଅଭିଯୁକ୍ତ ବାପାଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    79 %
    0.7kmh
    99 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    37 °

    ସମ୍ବନ୍ଧିତ