Saturday, July 27, 2024
24.8 C
Odisha

    କଖାରୁ ଭିତରେ ଚାଲାଣ ହେଉଥିଲା ଡ୍ରଗ୍ସ, ଧରିଲା ପୁଲିସ

    ଆଗକୁ ପଢନ୍ତୁ

    ଗୌହାଟୀ: ଅନେକ ସମୟରେ ଆପଣ ଖବରକାଗଜରେ ପଢ଼ିଥିବେ ଓ ନ୍ୟୁଜରେ ଦେଖିଥିବେ ଯେ ଚାଲାଣକାରୀମାନେ ଅନେକ ପ୍ରତିବନ୍ଧକ ଦ୍ରବ୍ୟ ଦେଶ ଭିତରକୁ ଆଣିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି | ବିଶେଷକରି ଚାଲାଣକାରୀମାନେ ଏଭଳି ଭାବେ ଡ୍ରଗ୍ସ ସହ ସୁନା ଚାଲାଣ କରିଥାନ୍ତି ଯେମିତି ତାଙ୍କର କେହି ସୁରାକ ପାଇପାରିବେ ନାହିଁ | ତେବେ ଅନେକ ସମୟରେ ଚାଲାଣକାରୀମାନଙ୍କ ଏହି ଯୋଜନା ସବୁ ପଣ୍ଡ ହୋଇଯାଏ ଓ ସେମାନେ ଧରାପଡିଯାନ୍ତି | ବାସ୍ତବରେ ଆଜି ଏମିତି ଏକ ଚୋରା ଚାଲାଣ ବାବଦରେ ଆମେ ଆପଣଙ୍କୁ କହିବୁ ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ ଆଜି ଆସାମ ରାଇଫଲ୍ସ ଏବଂ ମଣିପୁର ପୁଲିସ କଖାରୁ ଭିତରେ ଲୁଚାଇ ରଖାଯାଇଥିବା ୩.୫ କୋଟି ଟଙ୍କାର ହେରୋଇନ ଜବତ କରିଛି | ଯାହା ପଡୋଶୀ ମିଆଁମାରରୁ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।ପୁଲିସ ପକ୍ଷରୁ କୁହାଯାଇଛି ଯେ ଗୁପ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ ବହୁ ପରିମାଣର ଡ୍ରଗ୍ସ ଚୋରାଚାଲାଣ କରାଯାଉଛି | ଏହାପରେ ପୁଲିସ ପକ୍ଷରୁ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଇଥିଲା | ଆଉ ପୁଲିସ ମଣିପୁରର ଟିପାଇମୁଖରୁ ଦକ୍ଷିଣ ଆସାମ ଅଭିମୁଖେ ଯାଉଥିବା ଏକ ପିକଅପ୍ ଟ୍ରକକୁ ଅଟକାଇଥିଲା | ଏଥିରୁ ବିପୁଳ ଡ୍ରଗ୍ସ ଜବତ ସହ ଦୁଇ ଡ୍ରଗ୍ ଚୋରା ଚାଲାଣକାରୀ ଅବଦୁଲ୍ ମାନ୍ନା ମଜୁମଦାର ଏବଂ ଖଲିଲ୍ ଉଲ୍ଲା ବାରବୁୟାଙ୍କୁ ଗିରଫ କରିଥିବା ପୁଲିସ କହିଛି | ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଚୋରା ଚାଲାଣକାରୀମାନେ ୩୬୩ ଗ୍ରାମ ହେରୋଇନକୁ କଖାରୁ ଭିତରେ ପୁରାଇ ଚାଲାଣ କରୁଥିଲେ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ