Sunday, October 18, 2026
29 C
Odisha

    ଫ୍ରାନ୍ସରେ ରାଜନୈତିକ ସଙ୍କଟ: ଇସ୍ତଫା ଦେବେନି ମାକ୍ରନ

    ଆଗକୁ ପଢନ୍ତୁ

    ପ୍ୟାରିସ: ସଂସଦରେ ଅନାସ୍ଥା ପ୍ରସ୍ତାବରେ ହାରି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମିସେଲ ବାର୍ନିୟର ଇସ୍ତଫା ଦେବା ପରେ ଅଚଳାବସ୍ଥା ଦେଖା ଦେଇଛି। ଏହି ସମୟରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଉପରେ ଇସ୍ତଫା ଦେବା ପାଇଁ ଚାପ ବଢ଼ୁଥିବା ବେଳେ ସେ କ୍ଷମତାରେ ରହିବେ ଏବଂ ଖୁବ୍‌ଶୀଘ୍ର ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିବେ ବୋଲି କହିଛନ୍ତି। ସଂସଦରେ ୨୦୨୫ ବଜେଟ୍ ଗୃହୀତ କରାଇବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଛନ୍ତି। ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ବାର୍ନିୟର ଓ ତାଙ୍କ ସରକାର କାମଚଳା ଦାୟିତ୍ବରେ ରହିବାକୁ ମାକ୍ରନ ନିର୍ଦ୍ଦେଶ ଦେଇଛନ୍ତି। ବାର୍ନିୟର ନିଯୁକ୍ତ ହେବାର ମାତ୍ର ୩ ମାସ ପରେ ଗୁରୁବାର ଇସ୍ତଫା ଦେଇ ଆଧୁନିକ ଫ୍ରାନ୍ସ ଇତିହାସରେ ସବୁଠାରୁ କମ୍ ସମୟର ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପାଇଛନ୍ତି।

    ଖୁବ୍‌ଶୀଘ୍ର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବେ

    ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟେଲିଭିଜନ୍ ଅଭିଭାଷଣରେ ମାକ୍ରନ କହିଛନ୍ତି, ସେ ଖୁବ୍‌ଶୀଘ୍ର ବାର୍ନିୟରଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିବେ। ଡିସେମ୍ବର ମଧ୍ୟଭାଗ ସୁଦ୍ଧା ୨୦୨୪ ବଜେଟ୍‌କୁ କାର୍ଯ୍ୟକାରୀ କରିବା ଏବଂ କୌଣସି ବ୍ୟବଧାନକୁ ଏଡ଼ାଇବା ପାଇଁ ଏକ ସ୍ୱତନ୍ତ୍ର ଆଇନ ଆଗତ କରାଯିବ। ତା’ପରେ ନୂଆ ସରକାର ଆସନ୍ତା ବର୍ଷ ପ୍ରାରମ୍ଭରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଜୁନ୍ ମାସରେ ସ୍ନାପ୍ ବାଲଟ୍ ପାଇଁ ନିଷ୍ପତ୍ତି ନେଇଥିବା ମାକ୍ରଁ ଏହି ରାଜନୈତିକ ସଙ୍କଟ ପାଇଁ ନିଜକୁ ଦାୟୀ ବୋଲି ଅସ୍ୱୀକାର କରିଛନ୍ତି।

    ଏକ କେନ୍ଦ୍ରୀୟ ଦଳର ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରପତି କହିଛନ୍ତି ଯେ କଠୋର ଦକ୍ଷିଣପନ୍ଥୀ ଓ ବାମପନ୍ଥୀ ଦଳମାନେ ଗଣତନ୍ତ୍ର ବିରୋଧୀ ମୋର୍ଚ୍ଚାରେ ଏକାଠି ହୋଇ ବାର୍ନିୟରଙ୍କୁ ହଟାଇ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ସଙ୍କଟ ଯୋଗୁଁ ମାକ୍ରନ ଦୁର୍ବଳ ହୋଇପଡ଼ିଛନ୍ତି ସତ କିନ୍ତୁ ତାଙ୍କ ଇସ୍ତଫା ଦାବିକୁ ଅଗ୍ରାହ୍ୟ କରିଛନ୍ତି। ୨୦୨୭ ମେ ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ‘ଆପଣ ମୋତେ ଯେଉଁ ଜନାଦେଶ ଦେଇଛନ୍ତି ତାହା ପାଞ୍ଚ ବର୍ଷ ପାଇଁ ଏବଂ ମୁଁ ଶେଷ ପର୍ଯ୍ୟନ୍ତ ଏହାକୁ ପୂରଣ କରିବି’ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    61 %
    1.9kmh
    46 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ