Sunday, September 13, 2026
28.7 C
Odisha

    କଂଗ୍ରେସର ନିକଟତର ହେଉଛନ୍ତି ନବୀନ ଓ ରେଡ୍ଡୀ ! ଏପଟେ ମୋଦିଙ୍କୁ ଭେଟିବେ ମମତା, ଜାତୀୟ ରାଜନୀତିରେ ହଲଚଲ

    ଆଗକୁ ପଢନ୍ତୁ

    ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ସଦସ୍ୟ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଯାହା ମେଣ୍ଟରେ ଫାଟ ହେବାନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୀତି ଆୟୋଗକୁ ବିରୋଧୀ ଦଳରେ ଥିବା ମୁଖ୍ୟମନ୍ତ୍ରୀ ବୟକଟ କରିଛନ୍ତି। କିନ୍ତୁ ମମତା ବାନାର୍ଜୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗଦେବେ ବୋଲି ଜଣାପଡିଛି। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି। ନୀତି ଆୟୋଗ ବୈଠକକୁ ଇଣ୍ଡିଆ ଆଲାଏନ୍ସର ୫ ଜଣ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ବୟକଟ କରିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ଶାସିତ ହିମାଚଳ, ତେଲେଙ୍ଗାନା ଓ କର୍ନାଟକ ଏବଂ ଡିଏମକେ ଶାସିତ ତାମିଲନାଡୁ ଏବଂ ଏଏପି ଶାସିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ମୁଖ୍ୟମନ୍ତ୍ରୀମାନେ କହୁଛନ୍ତି ଯେ ବଜେଟରେ ଯେତେବେଳେ ଆମ ରାଜ୍ୟ ପାଇଁ କିଛି ଦିଆଯାଇନାହିଁ, ତେବେ ଆମେ କାହିଁକି ବୈଠକକୁ ଯିବୁ?
    ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ବିରୋଧୀ ଇଣ୍ଡିଆ ମେଣ୍ଟର ଏକ ପ୍ରମୁଖ ସହଯୋଗୀ, ଯାହାର ଲୋକ ସଭାରେ ୩୦ ଏବଂ ରାଜ୍ୟ ସଭାରେ ୧୧ ଜଣ ଏମପି ଅଛନ୍ତି। କିନ୍ତୁ ଏବେ ସେଥିରେ ଫାଟ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଜୁଲାଇ ୨୭ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି। ସାମବାଦିକ ସମ୍ମିଳନୀ କରି ମମତା କହିଛନ୍ତି, ସେ ଏହି ବୈଠକରେ ଯୋଗ ଦେବା ସହ ବଜେଟକୁ ବିରୋଧ କରିବେ।
    ନୀତି ଆୟୋଗ ବୈଠକ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୃଥକ ଭାବେ ମମତା ଭେଟିବାର କାର୍ଯ୍ୟକ୍ରମ ରହିଛି। ନୀତି ଆୟୋଗଙ୍କ ବୈଠକ ପୂର୍ବରୁ ଏହି ବୈଠକ ବସିପାରେ। ଯେତେବେଳେ କୋଲକାତାର ସାମ୍ବାଦିକମାନେ ମମତା ବାନାର୍ଜୀଙ୍କୁ ପଚାରିଥିଲେ ଯେ ସେ ଦିଲ୍ଲୀ ଗସ୍ତ ସମୟରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବେ କି? ଏହା ଉପରେ ମମତା କହିଛନ୍ତି ଯେ, ପ୍ରତିଥର ସମସ୍ତଙ୍କୁ ଭେଟିବାର ଆବଶ୍ୟକତା ନାହିଁ। ଶେଷ ଥର ପାଇଁ ୨୦୨୩ ଜୁଲାଇରେ ମମତା ବାନାର୍ଜୀ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।

    କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମମତା ବାନାର୍ଜୀଙ୍କ କୌଣସି ପ୍ରସ୍ତାବିତ ବୈଠକ ଏପର୍ଯ୍ୟନ୍ତ ହୋଇନାହିଁ। ନିକଟରେ ଲୋକ ସଭା ନିର୍ବାଚନ ପରେ କଂଗ୍ରେସ ଅଧ୍ୟକ୍ଷଙ୍କ ଦ୍ୱାରା ଡକାଯାଇଥିବା ଇଣ୍ଡିଆ ଆଲାଏନ୍ସର ବୈଠକରେ ମଧ୍ୟ ମମତା ଯୋଗ ଦେଇନଥିଲେ।
    କହିରଖୁଛୁ କି, ମମତା ଲୋକ ସଭା ନିର୍ବାଚନ ପରଠାରୁ କଂଗ୍ରେସ ଉପରେ ରାଗିଯାଇଛନ୍ତି। ମମତା ପ୍ରଥମେ ଭାରତୀୟ ମେଣ୍ଟର ଜଣେ ସକ୍ରିୟ ସଦସ୍ୟ ଥିଲେ, କିନ୍ତୁ ନିର୍ବାଚନର ବିଗୁଲ ବାଜିବା ମାତ୍ରେ ସେ ନିଜ ରାଜ୍ୟରେ ଏକଲା ଚଲୋ ନାରା ଦେଇଥିଲେ।

    ମମତାଙ୍କ ବ୍ୟତୀତ ଆମେ ଆଜଣଙ୍କର ଉଦାହରଣ ଦେବାକୁ ଚାହୁଁଛୁ। ଏକଦା ଭାଜପା ସହ ଘନିଷ୍ଠ ବନ୍ଧୁତା ବଜାୟ ରଖିଥିବା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ ଜଗନମୋହନ ରେଡ୍ଡୀ ବର୍ତ୍ତମାନ ଦୂର ସମ୍ପର୍କୀୟ ବନ୍ଧୁ ପାଲଟି ଯାଇଛନ୍ତି। ଏନଡିଏ ଆଉ ଦୁଇଜଣଙ୍କୁ ନିଜ ଘନିଷ୍ଠ ଭାବେ ଦଳରେ ସ୍ଥାନିତ କରିଛନ୍ତି। ସେମାନେ ହେଲେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାର। ବର୍ତ୍ତମାନ ଉଭୟ ପଟ୍ଟନାୟକ ଏବଂ ରେଡ୍ଡୀଙ୍କୁ ଆକ୍ରକଣାତ୍ମକ ଭୂମିକାରେ ଦେଖିବାକୁ ମିଳୁଛୁ। ବିଜେଡି ରାଜ୍ୟ ସଭାରେ ଜୋରଦାର ଗର୍ଜୁଥିବାବେଳେ ଅର୍ତମନ୍ତ୍ରୀ ସୀତାରମଣ ବଜେଟ୍‌ ଉପସ୍ଥାପନ କରୁଥିବାବେଳେ ଗୃହରୁ ବ୍ୟାକ୍‌ଆଉଟ୍‌ କରୁଥିବାର ଦେଖିବାକୁ ମିଳିଥିଲା। ସେହିପରି ରେଡ୍ଡୀ ରାଜ୍ୟ ସରକାର ନାଇଡୁଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରେଡ୍‌ଡୀ ବୁଧବାର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉଭୟ ଇଣ୍ଡିଆ ମେଣ୍ଟରେ କିମ୍ବା କଂଗ୍ରେସକୁ ପରୋକ୍ଷରେ ସମର୍ଥନ କରୁଛନ୍ତି ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ