Monday, October 5, 2026
22.4 C
Odisha

    ଆଳୁ ସମସ୍ୟା ଆହୁରି ୧୫ ଦିନ ରହିବ, ଏସ୍‌ମା ଲାଗୁ କରି ବଜାରକୁ ନିୟନ୍ତ୍ରଣ କରିବା ଜରୁରୀ: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୨ ସପ୍ତାହ‌ ହେଲା ଆଳୁକୁ ନେଇ ଚର୍ଚ୍ଚା ଜୋରଧରିଛି। ପଶ୍ଚିମବଙ୍ଗରୁ ସ୍ବାଭାବିକ ଭାବେ ଆଳୁ ଆମଦାନୀ ହୋଇପାରୁ ନଥିବାର ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟରେ ଆଳୁ ଦର ସବୁଠି ସମାନ ନାହିଁ। ଆଲୁ କିଲୋ କେଉଁଠି ୩୫ ଟଙ୍କାରେ କେହିକେହି ୫୦ ଟଙ୍କାରେ ମଧ୍ୟ କିଣୁଥିବା ଦୃଷ୍ଟିଗୋଚର ହେଉଛି। ବ୍ୟବସାୟୀମାନଙ୍କୁ ସରକାର ଆଳୁ କିଲୋ ୩୫ ଟଙ୍କାରେ ବିକିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ସମସ୍ତେ ପାଳନ କରୁନାହାନ୍ତି। ରାଜ୍ୟରେ ଆଳୁ ସମସ୍ୟା ନେଇ ଶନିବାର ବିଜେଡି ସାମ୍ବାଦିକ ସମ୍ମିଳନୀ କରିଛି।
    ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ଆଳୁ ସମସ୍ୟା ଆହୁରି ୧୫ ଦିନ ରହିବ। ତେଣୁ ଏସ୍‌ମା ଲାଗୁ କରି ଆଳୁ ବଜାରକୁ ନିୟନ୍ତ୍ରଣ କରିବା ଜରୁରୀ। ଶ୍ରୀମତୀ ମଲ୍ଲିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଖାଉଟିଙ୍କ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଲୋକଙ୍କ ଅସୁବିଧା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି। ଆମେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରୁଛୁ। ସରକାର ଦାୟିତ୍ବହୀନ ମନ୍ତବ୍ୟ ଦେଇ ଚାଲିଛନ୍ତି। ଅସାଧୁ ବ୍ୟବସାୟୀଙ୍କ ସହିତ ମେଣ୍ଟ କରିଛନ୍ତି।

    ଅନ୍ୟପଟରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଭୁବନେଶ୍ୱର ୟୁନିଟ-୧ ମାର୍କେଟରେ ଚଢ଼ାଉ କରିଛି। ଏହି ଚଢ଼ାଉ ମାଧ୍ୟମରେ ସରକାର ଧାର୍ଯ୍ୟ କରିଥିବା ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ ହୋଇଛି। କିଲୋ ପିଛା ୩୨ ଓ ୩୫ ଟଙ୍କାରେ ବିକିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ