Sunday, October 4, 2026
28.6 C
Odisha

    ଆଳୁ କେଜି ୧୦ ଟଙ୍କା ହୋଇଯିବ: ଯୋଗାଣ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଳୁ ଏବେବି ବଜାରରେ କେଜି ପିଛା ୨୦ଟଙ୍କାରେ ବିକ୍ରି ହେଉଛି। ପଶ୍ଚିମବଙ୍ଗରୁ ୪୦୦ ଟ୍ରକ୍‌ରେ ଆଳୁ ଆସିଛି। ଖୁବ୍‌ ଶୀଘ୍ର ଆଳୁ କେଜି ୧୦ରୁ ୧୨ଟଙ୍କା ହୋଇଯିବ। ଆମେ ସବୁ ଦିନ ପଶ୍ଚିମବଙ୍ଗ ଆଗରେ ମୁଣ୍ଡ ନୁଆଁଇ ରହିବାକୁ ଚାହୁଁନୁ। ତେଣୁ ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆଳୁ ଆଣିବାକୁ ନିଷ୍ପତ୍ତି ହୋଇଥିଲା। ଆମେ ଆଳୁ ଉତ୍ପାଦନରେ ବଳକା ରାଜ୍ୟ ହେବାକୁ ଯୋଜନା କରୁଛୁ। ଯେଉଁ ବିଜେଡି ସରକାର ଆଳୁ ମିସନ୍‌ ନାଁରେ ୨୭୦କୋଟି ଚଳୁ କରିଦେଲା, ସେହି ଦଳର ବିଧାୟକ ଆଳୁ ଦରକୁ ନେଇ ଚିନ୍ତା ପ୍ରକଟ କରିବା ଦୁଃଖର ବିଷୟ। ସେହିପରି ପିଆଜ ଦର ଏବେ ସାମାନ୍ୟ ବଢ଼ିଥିଲେ ବି ଏହାକୁ ନିୟନ୍ତ୍ରଣକୁ ଅଣାଯିବ। ନାଫେଡ୍ ସହ କଥା ହୋଇଛୁ। ସେମାନଙ୍କ ପାଖରେ ୨ଲକ୍ଷ ମେଟ୍ରିକ ଟନ୍ ପିଆଜ ଅଛି। ଯେତେ ଆବଶ୍ୟକ ସେତେ ପିଆଜ ଦେବାକୁ ସହମତି ଦେଇଛନ୍ତି। ଏବେ ଦିନକୁ ନାଫେଡ୍ ଦୁଇ ଟ୍ରକ୍ ପିଆଜ ଦେବ। ପିଆଜ ଦାମ୍ ବି କମିଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ ସୂଚନା ଦେଇଛନ୍ତି।

    ଆଜି ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଏବେ ଭୁବନେଶ୍ବରରେ ଗୋଟିଏ ଚାଉଳ ଏଟିଏମ୍ ବସିଛି। ଏହା ଗ୍ରହଣୀୟ ହୋଇଛି। ସବୁ ଜିଲ୍ଲା ମୁଖ୍ୟାଳୟରେ ଚାଉଳ ଏଟିଏମ୍ ବସାଯିବ। ଏହା ସଫଳ ହେଲେ ପ୍ରତି ବ୍ଲକ ଓ ପଞ୍ଚାୟତରେ ଚାଉଳ ଏଟିଏମ୍ ଲାଗିବ। ଏହାଦ୍ବାରା ଲୋକ ଆଉ ଠକାମିର ଶିକାର ହେବେନି କି ଚାଉଳ ଚୋରି ହେବନି। ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲିବାବେଳେ ପିଡିଏସ୍ ଚାଉଳ ଚୋରି ହୋଇଥିବା ନଜରକୁ ଆସିଛି। ଏହାକୁ କେତେକ ଅଧିକାରୀ, ଦଲାଲ୍, ପରିବହନ କରୁଥିବା ସଂସ୍ଥା ଲୁଟୁଛନ୍ତି। ଏବେଠୁ ନସୁଧୁରିଲେ କାର୍ଯ୍ୟାନୁଷ୍ଠାନ ହେବ। ଚାଷୀଙ୍କୁ ଯେତିକି ଟୋକନ୍ ଦିଆଯିବ ସବୁ ଧାନ କିଣାଯିବ। କଟ୍‌ନି ଛଟ୍‌ନି ହେବନି। ଧାନ ‌କିଣିବା ପାଇଁ ଯେଉଁ ଦିନ ମେସେଜ୍ ଯାଇଥିବ ସେହିଦିନ ଧାନ କିଣାଯିବ। ଯଦି ମିଲର୍ ଧାନ ନକିଣିବେ ତେବେ ତାଙ୍କୁ କଳା ତାଲିକାଭୁକ୍ତ କରାଯିବ। ଚାଷୀଙ୍କୁ ମଣ୍ଡିରେ ପିଇବା ପାଣିଠାରୁ ଆରମ୍ଭ କରି ସବୁ ସୁବିଧା ମିଳିବ। ଆବଶ୍ୟକସ୍ଥଳେ ଭାତ, ଡାଲମା ଖାଇବାକୁ ଦିଆଯିବ।

    ସେହିପରି ଧାନ କିଣା ବାବଦରେ କେନ୍ଦ୍ର ଉପରେ ଥିବା ବକେୟା ଟଙ୍କା ନେଇ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରି ୨୫୦୦କୋଟି ଟଙ୍କା ଆଣିଛୁ। ଆଉ ୭୧୫୪କୋଟି ଟଙ୍କା ଅଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଠିକ୍ ହିସାବ ଦେଇ ବାକି ‌ଟଙ୍କା ନେଇଯିବ। ୨୦୦୯ ମସିହାରୁ ଏହି ଟଙ୍କା ବାକି ପଡ଼ିଥିଲେ ହେଁ ନମିଳିବାର କାରଣ ହେଉଛି ଯେତେବେ‌େଳ କେନ୍ଦ୍ରୀୟ ଟିମ୍ ନିରୀକ୍ଷଣ କରିବାକୁ ଆସୁଥିଲେ ଆମ ଅଧିକାରୀମାନେ ସହଯୋଗ କରନ୍ତିନି। ତେଣୁ ସେମାନେ ଟଙ୍କା ଦେଇନଥିଲେ। ଏବେ ହିସାବ ଦେଲେ ୭ଦିନରେ ଟଙ୍କା ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ