Sunday, October 4, 2026
30.6 C
Odisha

    ମୋଦୀଙ୍କ ଉପରେ ଦୈବୀଶକ୍ତିଙ୍କ କୃପା ରହିଛି: ପ୍ରମୋଦ କୃଷ୍ଣମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କିଛି ଦିନ ହେବ ତାଙ୍କ ଦଳ ଉପରେ ଖପ୍ପା ଅଛନ୍ତି । କିଛିଦିନ ତଳେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ କଂଗ୍ରେସ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସେ ଦୃଢ ସମାଲୋଚନା କରିଥିଲେ | ତେବେ ଗତକାଲି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି। ମୋଦୀଙ୍କୁ ଭେଟିବା ପରେ ବିଜେପି ସହ ତାଙ୍କର ଘନିଷ୍ଠତା ବଢିଥିବା ନେଇ କଳ୍ପନାଜଳ୍ପନା କରାଯାଉଛି। ଏଥି ସହିତ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ କଂଗ୍ରେସ ନେତା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କହିଛନ୍ତି ଯେ ମୁଁ ମୋଦୀ ଜୀଙ୍କୁ ପ୍ରଥମ ଥର ଭେଟିଛି। ମୋର କହିବାରେ କୌଣସି ଦ୍ୱିଧା ନାହିଁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିଶ୍ଚିତ ଭାବରେ କିଛି ଦୈବୀ ଶକ୍ତିଙ୍କ ଆଶୀର୍ବାଦ ରହିଛି | ତାଙ୍କୁ ଭେଟିବା ପରେ ମୋତେ ଏଭଳି ଅନୁଭବ ହେଉଛି | ଉଲ୍ଲେଖ ଥାଉ କି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ ।

    କଂଗ୍ରେସ ନେତା ତାଙ୍କ ପୋଷ୍ଟରେ କହିଥିଲେ ଯେ ଶ୍ରୀ କଳ୍କୀ ଧାମଙ୍କ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କଲି | ଉଲ୍ଲେଖ ଥାଉ କି କଂଗ୍ରେସ ସମେତ କିଛି ବିରୋଧୀ ଦଳ ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ପ୍ରତ୍ୟାଖାନ କରିଥିଲେ | ଆଉ ଏହାକୁ ନେଇ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ନିଜ ଦଳ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଥିଲେ । ସେ କହିଥିଲେ ଯେ ରାମଙ୍କ ବିନା ଭାରତର କଳ୍ପନା କରାଯାଇପାରିବ ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ଅର୍ଥ ହେଉଛି ଭାରତର ସଭ୍ୟତା ଏବଂ ସଂସ୍କୃତିକୁ ଅପମାନ କରିବା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ