Tuesday, July 8, 2025
26.6 C
Odisha

କଟକ ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଲେ ପ୍ରତୀକ ସିଂହ

ଆଗକୁ ପଢନ୍ତୁ

କଟକ: କଟକ ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ୨୦୧୪ ବ୍ୟାଚ ଆଇପିଏସ ଅଧିକାରୀ ପ୍ରତୀକ ସିଂହ । କଟକ ଗ୍ରାମଞ୍ଚଳର ବିଦାୟୀ ଏସପି ଏଲ୍ ଦିବ୍ୟା ଭି ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ । ପୂର୍ବରୁ ସେ କଟକର ଡ଼ିସିପି ଭାବେ କାର୍ଯ୍ୟ କରିଥିବା ବେଳେ ଏବେ ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରୁଥିଲେ ।

ସେ କମିଶନରେଟ ପୋଲିସରେ କଟକ ଡ଼ିସିପି ଭାବେ ୨୦୨୦ ମସିହା ଜୁଲାଇ ୨୦ ତାରିଖରୁ ୨୦୨୨ ମସିହା ମେ ୪ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ । ଏହାପରେ ସେବେଠାରୁ ଆଜି ପର୍ଯ୍ୟନ୍ତ ୨ ବର୍ଷ ୫ ମାସ ଧରି ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରି ଆସୁଥିଲେ ।

କଟକ ପୋଲିସ ଜିଲ୍ଲାର ଏସପି ଭାବେ ଯୋଗ ଦେବା ପରେ ପ୍ରତୀକ ସିଂ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, କଟକ ପୋଲିସ ଜିଲା ରାଜ୍ୟର ଏକ ସର୍ବ ପୁରାତନ ପୋଲିସ ଜିଲା । ପୂର୍ବରୁ ସହରାଞ୍ଚଳ ପୋଲିସ ଜିଲ୍ଲାରେ କାମ କରିଥିବା ସହିତ ମାଲକାନଗିରି କନ୍ଧମାଳ ଭଳି ଜିଲ୍ଲାରେ ମଧ୍ୟ କାମ କରିଛି । ତେଣୁ କଟକ ପୋଲିସ ଜିଲ୍ଲାର ଭୌଗଳିକ ସ୍ଥିତି ସେଭଳି କିଛି ସମସ୍ୟା କରିବ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
26.6 ° C
26.6 °
26.6 °
77 %
5kmh
100 %
Tue
27 °
Wed
26 °
Thu
26 °
Fri
30 °
Sat
31 °

ସମ୍ବନ୍ଧିତ