Sunday, April 26, 2026
28.7 C
Odisha

    ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ କେବଳ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗଢ଼ିତୋଳିବା ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ। ରାଷ୍ଟ୍ରପତି ତାଙ୍କ ପ୍ରାରମ୍ଭିକ ଭାଷଣରେ କହିଥିଲେ ଯେ ଏହି ସମ୍ମିଳନୀର କାର୍ଯ୍ୟସୂଚୀରେ ଆମର ଜାତୀୟ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ସତର୍କତାର ସହ ଚୟନ କରାଯାଇଛି । ସେ କହିଛନ୍ତି ଯେ ଏହି ସମ୍ମିଳନୀର ଆଲୋଚନା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ସମୃଦ୍ଧ ଅନୁଭୂତି ହେବ ଏବଂ ସେମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ କରିବ । ଉଦଘାଟନୀ ଅଧିବେଶନରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଉଦବୋଧନ ଦେଇଥିଲେ। ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ରାଜ୍ୟପାଳଙ୍କ ଶପଥକୁ ଉଲ୍ଲେଖ କରି ଗତ ଦଶନ୍ଧି ମଧ୍ୟରେ ଘଟିଥିବା ସାମାଜିକ କଲ୍ୟାଣକାରୀ ଯୋଜନା ଏବଂ ଅବିଶ୍ୱସନୀୟ ବିକାଶ ବିଷୟରେ ଲୋକଙ୍କୁ ସଚେତନ କରିବାର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁର ଭୂମିକା ଗ୍ରହଣ କରିବା ଏବଂ ଗରିବ ଲୋକଙ୍କୁ ସହଯୋଗ କରିବା ପାଇଁ ଲୋକ ଏବଂ ସାମାଜିକ ସଂଗଠନମାନଙ୍କ ସହିତ ବାର୍ତ୍ତାଳାପ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ ।

    ସେ କହିଥିଲେ ଯେ ରାଜ୍ୟପାଳ ପଦ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଯାହା ସମ୍ବିଧାନର ଢାଞ୍ଚା ଅନୁଯାୟୀ ଜନସାଧାରଣଙ୍କର, ବିଶେଷ କରି ଆଦିବାସୀ ମାନଙ୍କର କଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଦୁଇ ଦିନିଆ ସମ୍ମିଳନୀରେ କ’ଣ ଆଲୋଚନା ହେବ ସେ ସମ୍ପର୍କରେ ବର୍ଣ୍ଣନା କରିବା ସହ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଭାଇବ୍ରେଣ୍ଟ ଗ୍ରାମ ଏବଂ ଆକାଂକ୍ଷୀ ଜିଲ୍ଲା ଗସ୍ତ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ ।

    ସମ୍ମିଳନୀକୁ ଉଦଘାଟନ କରି ରାଷ୍ଟ୍ରପତି କହିଛନ୍ତି ଯେ ଅପରାଧିକ ନ୍ୟାୟ ସମ୍ବନ୍ଧୀୟ ତିନୋଟି ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ଦେଶରେ ନ୍ୟାୟ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷୀ ଅଧିନିୟମ ଭଳି ଆଇନର ନାମରୁ ଆମ ଚିନ୍ତାଧାରାରେ ପରିବର୍ତ୍ତନ ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।
    ଗଣତନ୍ତ୍ରକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ସବୁ ରାଜ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଜରୁରୀ ବୋଲି ରାଷ୍ଟ୍ରପତି କହିଛନ୍ତି। ସମ୍ପୃକ୍ତ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହିସାବରେ ସେମାନେ କିପରି ଏହି ସମନ୍ୱୟକୁ ପ୍ରୋତ୍ସାହିତ କରିପାରିବେ ସେ ବିଷୟରେ ଚିନ୍ତା କରିବାକୁ ସେ ରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ ଗୁଣାତ୍ମକ ଉଚ୍ଚଶିକ୍ଷା ଏକ ଅତୁଳନୀୟ ସମ୍ପତ୍ତି କାରଣ ଏହା ବ୍ୟକ୍ତିଗତ ବିକାଶ ଏବଂ ସାମାଜିକ ପରିବର୍ତ୍ତନ ସହିତ ଅଭିନବତା ଏବଂ ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରେ । ସେ କହିଥିଲେ ଯେ ଜାତୀୟ ଶିକ୍ଷା ନୀତିରେ ଶିକ୍ଷାନୁଷ୍ଠାନଗୁଡ଼ିକର ମାନ୍ୟତା ଏବଂ ମୂଲ୍ୟାୟନ ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଭାବରେ ରାଜ୍ୟପାଳମାନେ ଏହି ସଂସ୍କାର ପ୍ରକ୍ରିୟାରେ ଯୋଗଦାନ କରିବାକୁ ସେ ଅନୁରୋଧ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    59 %
    2.9kmh
    10 %
    Sun
    30 °
    Mon
    43 °
    Tue
    44 °
    Wed
    44 °
    Thu
    42 °

    ସମ୍ବନ୍ଧିତ