Sunday, March 22, 2026
23.1 C
Odisha

    ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ: ଗଜପତି ଦିବ୍ୟସିଂହ ଦେବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଏନେଇ ସେ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅନ୍ୟ ଧର୍ମରେ ଏଭଳି କରାଯାଇଥିଲେ, ତାକୁ ସହ୍ୟ କରାଯାଇନଥାନ୍ତା। ଯଦି ବୈଠକରେ ଅଦିନିଆ ରଥଯାତ୍ରାର ଆୟୋଜକ ମାନିଗଲେ ଭଲ କଥା, ନହେଲେ ଆଇନଗତ ବିକଳ୍ପ ରହିଛି। ମାର୍ଚ୍ଚ ଯାଏ ଇସ୍କନକୁ ସମୟ ଦିଆଯାଇଛି। ଏଣୁ ସେଯାଏ ଅପେକ୍ଷା କରିବାକୁ ପଡ଼ିବ। ଏହାପରେ ଆଉ ବରଦାସ୍ତ କରାଯିବନାହିଁ। ଅଦିନିଆ ରଥଯାତ୍ରାର ଆୟୋଜନ ଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିରର ପରମ୍ପରା ଭାଙ୍ଗିବା ଭଳି।୧୯୬୭ରୁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନିଆ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନିଆ ରଥଯାତ୍ରା କରୁଛି।
    ସୂଚନାଯୋଗ୍ୟ, ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ। ପୁରୀର ପରଂପରାକୁ ନେଇ ଓଡ଼ିଶାର ଗାଁଗହଳି ଠାରୁ ଆରମ୍ଭ କରି ରାଜ୍ୟବ୍ୟାପି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ସେହିପରି ଦେଶର ଅନ୍ୟ ସ୍ଥାନରେ ମଧ୍ୟ ପୁରୀ ରଥଯାତ୍ରାକୁ ଅନୁସରଣ କରାଯାଇଥାଏ। କିନ୍ତୁ ବିଦେଶରେ ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ସେ ସଂପୃକ୍ତ ଅନୁଷ୍ଠାନକୁ ଚିଠି ଲେଖିଥିଲେ
    ଆମେରିକୀୟ ସହର ହ୍ୟୁଷ୍ଟନରେ ଇସ୍କନ ତରଫରୁ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖି। ସେ ଅଦିନରେ ରଥଯାତ୍ରା ଆୟୋଜନକୁ ବିରୋଧ କରି ହ୍ୟୁଷ୍ଟନରେ ଥିବା ଇସ୍କନ ମନ୍ଦିର ଓ ମାୟାପୁରୀ ମୁଖ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ପରମ୍ପରାକୁ ଭଙ୍ଗ କରି ଏଭଳି ଅଦିନରେ ରଥଯାତ୍ରା ପାଳନ କରାଯାଉଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି।

    ମହାପ୍ରଭୁଙ୍କ ରଥଯାତ୍ରା ପରମ୍ପରା ଓ ବିଧି ଅନୁଯାୟୀ ପାଳନ କରାଯାଏ। ତେଣୁ ହ୍ୟୁଷ୍ଟନ ସହରରେ ନଭେମ୍ବର ୩ ଓ ନଭେମ୍ବର ୯ରେ ହେବାକୁ ଥିବା ସ୍ନାନଯାତ୍ରା ଓ ରଥଯାତ୍ରା ବନ୍ଦ କରିବାକୁ କହିଥିଲେ ଗଜପତି। ସେହିଭଳି ନାଇଜେରିଆରେ ୨୩ ନଭେମ୍ବରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଚିଠି ଲେଖିଥିଲେ ଗଜପତି। ବିଧି ଓ ପରମ୍ପରା ଅନୁଯାୟୀ, ରଥଯାତ୍ରା ପାଳନ କରିବାକୁ ବାରମ୍ବାର ଇସ୍କନ ସହ ଆଲୋଚନା ସରିଛି। ଏହାସତ୍ତ୍ବେ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ଅଦିନିଆ ରଥଯାତ୍ରା ପାଳନ ନିଷ୍ପତ୍ତିକୁ ଜଗନ୍ନାଥପ୍ରେମୀ ନାପସନ୍ଦ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.1 ° C
    23.1 °
    23.1 °
    53 %
    1.4kmh
    64 %
    Sat
    22 °
    Sun
    33 °
    Mon
    35 °
    Tue
    37 °
    Wed
    39 °

    ସମ୍ବନ୍ଧିତ