Tuesday, March 31, 2026
38.2 C
Odisha

    ପ୍ରିନ୍ସ କଲେଜର ଛାତ୍ର ପୁଣିଥରେ ରାଜ୍ୟର ଦ୍ୱିତୀୟ ଏବଂ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର

    ଆଗକୁ ପଢନ୍ତୁ

    ବାରିପଦା  : +୨ ବିଜ୍ଞାନରେ ଏବଂ କଳା ଫଳାଫଳରେ ଚଳିତ ବର୍ଷ ପ୍ରିନ୍ସ କଲେଜ ଶତ ପ୍ରତିଶତ ସଫଳତା ହାସଲ  କରିଥିଲା।ପୂର୍ବ ବର୍ଷ ଭଳି ପୁଣିଥରେ ଏହି କଲେଜର ଛାତ୍ର ଅଭିଷେକ ଧଡା ସର୍ବାଧିକ ୫୭୨ମାର୍କ ରଖି ସମଗ୍ର ରାଜ୍ୟର ଦ୍ୱିତୀୟ ତଥା ଜିଲ୍ଲାର ପ୍ରଥମ ସ୍ଥାନ ହାସଲ କରି ଏହି କଲେଜକୁ ଗୌରବାନ୍ୱିତ କରିଅଛନ୍ତି ।ଚଳିତ ବର୍ଷ ୩୫୦ ଛାତ୍ରଛାତ୍ରୀ ମଧ୍ୟରୁ ୩୪୨ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଏବଂ ଅବଶିଷ୍ଟ ୮ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଅଛନ୍ତି । +୨ ବିଜ୍ଞାନରେ ତନ୍ମମଧ୍ୟରୁ ୮ଜଣ ଛାତ୍ରଛାତ୍ରୀ ୯୦ ଶତକଡାରୁ ଅଧିକ ମାର୍କ, ୫୦ଜଣ ଛାତ୍ରଛାତ୍ରୀ ୫୦ଶତକଡା ରୁ ଅଧିକ ମାର୍କ ରଖିଥିଲେ।ଏ ବର୍ଷ ସେହିଭଳି ବିକାଶ କୁମାର ଦାସ ସର୍ବମୋଟ୍ ୫୪୯ ମାର୍କ (୯୨%) ରଖି ଏହି କଲେଜର ଦ୍ୱିତୀୟ ସ୍ଥାନ, ଉଜ୍ଜଳ କୁମାର ଗିରି ସର୍ବମୋଟ ୫୪୭ ମାର୍କ (୯୧%) ରଖି ତୃତୀୟ ସ୍ଥାନ, ଲିନାରାଣୀ ଘୋଷ ସର୍ବମୋଟ ୫୪୫ ମାର୍କ (୯୧%) ରଖି ଚତୁର୍ଥ ସ୍ଥାନ ଜିଜ୍ଞାସା ଧଳ ସର୍ବମୋଟ ୫୪୪ ମାର୍କ (୯୧%) ରଖି ପଞ୍ଚମ ସ୍ଥାନ, ଶୁଭଙ୍କର ମହାନ୍ତ ସର୍ବମୋଟ ୫୪୪ ମାର୍କ(୯୧%) ରଖି ଷଷ୍ଠ ସ୍ଥାନ, ଅନୁଶ୍ରୀ ସିଂ ସର୍ବମୋଟ ୫୪୩ ମାର୍କ (୯୧%) ରଖି ସପ୍ତମ ସ୍ଥାନ, ଅଭିପ୍ସା ନାଏକ ସର୍ବମୋଟ ୫୪୦ମାର୍କ (୯୦%) ରଖି ଅଷ୍ଟମ ସ୍ଥାନ ହାସଲ କରିଅଛନ୍ତି । ସେହିଭଳି +୨ କଳାରେ ସମସ୍ତ ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଛାତ୍ରୀ ଲିପ୍ଷା ମହାନ୍ତ ସର୍ବାଧିକ ୫୧୬ମାର୍କ ରଖି ପ୍ରଥମ ସ୍ଥାନ, ଗାୟତ୍ରୀ ମିଶ୍ର ୫୧୫ମାର୍କ ରଖି ଦ୍ୱିତୀୟ ସ୍ଥାନ, ରାଜେଶ ପଲେଇ ୪୯୨ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଅଛନ୍ତି । ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମହଲରେ ଆନନ୍ଦର ଲହରୀ ଖେଳି ଯାଇଥିବାବେଳେ ଅନୁଷ୍ଠାନର ନିଦେ୍ର୍ଦଶକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଏହି ସଫଳତା ପାଇଁ ଶିକ୍ଷକ, ଶିକ୍ଷୟତ୍ରୀଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ଉଚ୍ଚକୋଟିର ପାଠପଢ଼ା ଶୈଳୀକୁ ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କର ଉତ୍ତରତ୍ତୋର ଉନ୍ନତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଅଛନ୍ତି । ଏହି କଲେଜର ଅଧିକାଂଶ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ରଖିଥିବା ମାର୍କ ଠାରୁ +୨ରେ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଅଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷା ବୋଲି ଜ୍ୟୋତିପୁଷ୍ପା ଦାସ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    20 %
    3.1kmh
    0 %
    Tue
    38 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ