Saturday, October 3, 2026
28.9 C
Odisha

    ରାଜନୀତିରେ ଯୁପିଏସସି ପରୀକ୍ଷା ଅନିୟମିତତା । କେନ୍ଦ୍ର ସରକାରଙ୍କୁ ଘେରିଲେ ପ୍ରିୟଙ୍କା ଗାନ୍ଧୀ

    ଆଗକୁ ପଢନ୍ତୁ

    ଟ୍ରେନି ଆଇଏସସ୍ ପୂଜା ଖେଡକରଙ୍କୁ ନେଇ ଚାଲିଥିବାଥିବା ବିବାଦ ମଧ୍ୟରେ ଏବେ ୟୁପିଏସସି ପରୀକ୍ଷାର ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଅନେକ ପ୍ରଶ୍ନ ପଚାରିଛନ୍ତି । ପ୍ରିୟଙ୍କା ତାଙ୍କ ପୋଷ୍ଟରେ ଲେଖିଛନ୍ତି । ୟୁପିଏସସି ପରୀକ୍ଷା ହେଉଛି ଦେଶର ସବୁଠାରୁ ବଡ଼ ପରୀକ୍ଷା ଏବଂ ଏଥିରେ ସଫଳ ହେଇଥିବା ଛାତ୍ର, ଛାତ୍ରୀମାନେ ଶାସନ ବ୍ୟବସ୍ଥାର ଗୁତୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଟନ୍ତି । ଦେଶର କୋଟି କୋଟି ଲୋକମାନଙ୍କ ବିଶ୍ୱାସ ଏବଂ ଆମେ ଦୈନନ୍ଦିନ ଶାସନର କାର୍ଯ୍ୟକାରିତା ଏହି ଅନୁଷ୍ଠାନର ବୃତ୍ତିଗତ ବ୍ୟବସ୍ଥା ସହିତ ଜଡିତ ।

    ମୁଁ ନିଜେ ଆଖିରେ ଦେଖିଛି ଏହି ପରୀକ୍ଷା ପାଇଁ ଛାତ୍ର,ଛାତ୍ରୀମାନେ କେତେ କଠିନ ପରିଶ୍ରମ ଓ ପ୍ରସ୍ତୁତି କରିଥାନ୍ତି । ସେମାନେ ଆଖିରେ ଅନେକ ସ୍ୱପ୍ନ ଏବଂ ଯତ୍ନର ସହିତ ପ୍ରସ୍ତୁତି କରିଥାନ୍ତି । ୟୁପିଏସସି ପରୀକ୍ଷା ପ୍ରକ୍ରିୟାରେ ଅନୟମିତତା ଖବର ଅତ୍ୟନ୍ତ ଚକିତ କରିଛି । ଏହି ଗୁରୁତ୍ୱ ପୂର୍ଣ୍ଣ ଚୟନ ପ୍ରକ୍ରିୟାରେ ଗୋଟିଏ ବି ବିଶୃଙ୍ଖଳା ବହୁତ ପ୍ରଶ୍ନ ସୃଷ୍ଟି କରେ ଏବଂ ଲକ୍ଷ ଲକ୍ଷ ଯୁବକ, ଯୁବତୀଙ୍କ ସ୍ୱପ୍ନ ଏବଂ ଆତ୍ମବିଶ୍ୱାସକୁ ଆଘାତ କରେ ।

    ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର,ଛାତ୍ରୀ ଏବଂ ସାଧାରଣ ଜନତା ଏହି ପ୍ରଶ୍ନର ଉତ୍ତର ପାଇବା ନିହାତି ଜରୁରୀ । ୟୁପିଏସସିର ଉଚ୍ଚ ପଦବୀରେ ରାଜନୈତିକ ଭାବେ ନିଯୁକ୍ତ ହୋଇଥିବା ବ୍ୟକ୍ତିମାନେ ଏଥି ପାଇଁ ଦାୟୀ କି? ଯଦି ହଁ ତାହାଲେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କେବେ ହେବ? ଯେଉଁ ସିଷ୍ଟମରେ ଗୋଟିଏ ଗୋଟିଏ ନମ୍ବରକୁ ଆଧାର କାରି ଉଚ୍ଚ ସ୍ତରରେ ପ୍ରତିଯୋଗିତା ହୁଏ, କେବଳ ଏକ ଅତିରିକ୍ତ ଅନୁସନ୍ଧାନ କରି ଏହାକୁ ବନ୍ଦ କରିବା ଉଚିତ୍ କି?

    ନକଲି ସାର୍ଟିଫିକେଟ୍ ପ୍ରଣାଳୀ ଏସି, ଏସଟି, ଓବିସି, ଭିନ୍ନକ୍ଷମ ଏବଂ ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀମାନଙ୍କୁ ସମ୍ଭାବନାକୁ କ୍ଷତି ପହଂଚାଏ । କ’ଣ ପ୍ରମାଣପତ୍ର ଯାଂଚ କରିବା ପାଇଁ ଏକ ଦୃଢ ସଂସ୍ଥା ବ୍ୟବସ୍ଥାର ବିକାଶ ହୋଇପାରି ନାହିଁ କି? ୟୁପିଏସସି ସିଷ୍ଟମକୁ ଅଧିକ ସ୍ୱଚ୍ଛ ଏବଂ ପ୍ରମାଣିକ କରିବା ପାଇଁ ପରିବର୍ତ୍ତନର ଆବଶ୍ୟକ ଅଛି ।

    ଆମ ଭାରତ ଦେଶର ଶାସନ ପ୍ରଶାସନ ପ୍ରତି ବିଶ୍ୱାସ ଏବଂ ଆମ ଦେଶର କୋଟି କୋଟି ଯୁବକ, ଯୁବତୀଙ୍କ ସ୍ୱପ୍ନ କୁ ନେଇ ପ୍ରଶ୍ନ । ସେମାନେ ଏହି ବାବଦରେ ସରକାରଙ୍କ ଠାରୁ ପ୍ରଶ୍ନର ଉତ୍ତର ପାଇବା ଜରୁରୀ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ