Sunday, September 13, 2026
27.6 C
Odisha

    ଓ୍ବାୟନାଡରୁ ଲଢିବେ ପ୍ରିୟଙ୍କା ଗାନ୍ଧି, କଂଗ୍ରେସର ବଡ଼ ଘୋଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦକ୍ଷିଣ ଭାରତର କେରଳର ୱାୟନାଡ ଲୋକସଭା ଆସନକୁ ନେଇ କଂଗ୍ରେସ ଦଳ ଏକ ବଡ ଘୋଷଣା କରିଛି । ଆଗାମୀ ଉପନିର୍ବାଚନରେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାର୍ଥୀ ହେବେ। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏହି ଘୋଷଣା କରାଯାଇଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ଏହି ଆସନ ଜିତିବା ଗୁରୁତ୍ୱପୂର୍ଣ୍ଣ କାରଣ ତାଙ୍କ ଭାଇ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପୂର୍ବରୁ ଏହି ଆସନରେ ରହିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଉଭୟ ୱାୟନାଡ ଏବଂ ରାଏବରେଲି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ି ଉଭୟରେ ବିଜୟୀ ହୋଇଥିଲେ। କିନ୍ତୁ ନିୟମ ଅନୁଯାୟୀ ତାଙ୍କୁ ପରେ ଗୋଟିଏ ସିଟ୍ ଖାଲି କରିବାକୁ ପଡ଼ିଥିଲା। ତେଣୁ ସେ ୱାୟନାଡ ଆସନ ଛାଡି ରାଏବରେଲିରୁ ସାଂସଦ ପଦରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।

    ସୂଚନାଯୋଗ୍ୟ ଯେ ଭାରତର ନିର୍ବାଚନ କମିସନ ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ୨ଟି ଲୋକସଭା ଆସନ (ଓ୍ବାୟନାଡ୍ ଓ ନାଣ୍ଡେଡ୍) ପାଇଁ ଉପନିର୍ବାଚନ ତାରିଖ ବି ଘୋଷଣା କରିଛନ୍ତି । ଉଭୟ ଆସନରେ ୧୩ ତାରିଖରେ ଭୋଟ ଗ୍ରହଣ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ