Monday, September 28, 2026
30.3 C
Odisha

    କଂଗ୍ରେସ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେବାପରେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ ବିଜେପିରେ ମିଶିଛନ୍ତି। ଟିକେଟ୍ କାଟିବା ପରେ ନିକଟରେ ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଶ୍ରୀ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ପରେ ତାଙ୍କ ଟିକେଟ୍ କାଟିଦେଲା ଏବଂ ପ୍ରାର୍ଥୀ ବଦଳାଇ ଥିଲା।ଆଜି ଅମିତ ଶାହାଙ୍କ ଗସ୍ତ ସମୟରେ ପ୍ରବୋଧ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ସୋନପୁର ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରବୋଧ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ଏବଂ ବଲାଙ୍ଗୀର ସାଂସଦଙ୍କ ସମେତ ରାଜ୍ୟ ବିଜେପିର ଶୀର୍ଷନେତା ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ