Saturday, October 3, 2026
24.7 C
Odisha

    ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମରେ ଜନସଂପର୍କ ଶିବିର

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରବଣ ତଥା ଦୁର୍ଗମ ଦୁଲେରସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ସିଆରପିଏଫର ଦ୍ବିତୀୟ ବାଟାଲିୟନ ତରଫରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କମାଣ୍ଟାଣ୍ଟ ରତିକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମବାସୀଙ୍କୁ ନକ୍ସଲଙ୍କ ଦ୍ବାରା କିପରି ହିଂସା ବଢୁଥିବା ସହ ନିରୀହ ଲୋକଙ୍କ ଜୀବନ ଯାଉଛି ସେନେଇ ଲୋକଙ୍କୁ ବୁଝାଇଥିଲେ। ନକ୍ସଲଙ୍କୁ ସହଯୋଗ ନକରି ନିଜ ଅଂଚଲର ବିକାଶ ଓ ଉନ୍ନତିରେ ସହାୟକ ହୁଅନ୍ତୁ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ କହେର, ଦୁଲେର, କଡଟିପାରା, ମାଡ଼ପେଦୁଲେର ଓ ଆଖପାଖ ଗ୍ରାମର ପ୍ରାୟ ୧୫୦ରୁ ୨୦୦ ଗ୍ରାମବାସୀ ଓ ୨୫ ଜଣ ପିଲା ଅଂଶଗ୍ରହଣ କରିଥିଲେ।ପ୍ରକାଶ ଥାଉକି ଦୁର୍ଗମ ଦୁଲେରଠାରେ ଗତ ଜାନୁଆରି ୧୨ ତାରିଖରେ ଦ୍ବିତୀୟ ବାଟାଲିୟନ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏହି ଅଂଚଳର ବିକାଶ ପାଇଁ ଦ୍ୱିତୀୟ ବାଟାଲିୟନ ସିଆରପିଏଫ ଓ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ଏହି ଅଂଚଳ ଅତ୍ୟନ୍ତ ନକ୍ସଲ ପ୍ରଭାବିତ ହୋଇଥିବାରୁ ଏଠାକାର ବାସିନ୍ଦା ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ନକ୍ସଲମାନେ ଚାହୁଁନାହାନ୍ତି ଯେ ଏହି ଅଞ୍ଚଳର ବିକାଶ ହେଉ। କାରଣ ସେମାନେ ଜାଣନ୍ତି ଯେ ଏହି ଅଞ୍ଚଳ ଯେବେ ବିକଶିତ ହେବ ସେମାନଙ୍କ ଆଧିପତ୍ୟ ଶେଷ ହୋଇଯିବ। ଆଜି ଦ୍ବିତୀୟ ବାଟାଲିୟନ ସିଆରପିଏଫର ଉଦ୍ୟମରେ ଏହି ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ, ରାସ୍ତା, ବିଜୁଳି, ମୋବାଇଲ ଟାୱାର ଓ ହ୍ୟାଣ୍ଡପମ୍ପ ଲଗାଯାଉଛି ଏବଂ ଆଖପାଖି ଅଞ୍ଚଳର ଗ୍ରାମୀଣଙ୍କ ଯାତାୟାତ ସୁବିଧା ନିମୋନ୍ତେ ୩୦ଟି ସାଇକଲ ମଧ୍ୟ ବିତରଣ କରାଯାଇଥିଲା। ଲୋକମାନେ ମଧ୍ୟ ସିଆରପିଏଫ ଯବାନଙ୍କ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ