Thursday, April 2, 2026
26 C
Odisha

    ପୁନିଆଙ୍କୁ ଧମକ: କଂଗ୍ରେସ ଛାଡିଦିଅ , ନ ହେଲେ ଜୀବନ ଯିବ…

    ଆଗକୁ ପଢନ୍ତୁ

    ଚଣ୍ଡିଗଡ଼: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଜୀବନରେ ମାରିବାକୁ ଧମକ ଦିଆଯାଇଛି। ଏକ ବିଦେଶୀ ନମ୍ବରରୁ ହ୍ବାଟସ୍ ଆପ୍‌ରେ ତାଙ୍କ ପାଖକୁ ଧମକ ଭରା ମେସେଜ ଆସିଛି।

    ଶୁକ୍ରବାର ଦିନ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ସେହି ଦିନ ତାଙ୍କୁ କିସାନ କଂଗ୍ରେସର କାର୍ଯ୍ୟକାରୀ ସଭାପତି ମଧ୍ୟ କରାଯାଇଥିଲା। ଏହାର ଦୁଇ ଦିନ ପରେ ବଜରଙ୍ଗ ପୁନିଆଙ୍କୁ ଗୀବନରେ ମାରିବାକୁ ଧମକ ମିଳିଛି।

    କଂଗ୍ରେସରେ ଯୋଗଦେବା ପରେ ବଜରଙ୍ଗ ହ୍ବାଟସ୍ ଆପ୍‌ରେ ବିଦେଶୀ ନମ୍ବରରୁ ଏକ ମେସେଜ ପାଇଥିଲେ। ଯେଉଁଥିରେ ଲେଖାଥିଲା, “ବଜରଙ୍ଗ, କଂଗ୍ରେସ ଛାଡିଦିଅ, ନଚେତ୍ ଏହା ଆପଣଙ୍କ ଏବଂ ଆପଣଙ୍କ ପରିବାର ପାଇଁ ଭଲ ହେବ ନାହିଁ। ଏହା ଆମର ଶେଷ ବାର୍ତ୍ତା।”
    ଏହି ଧମକ ସମ୍ପର୍କରେ ବଜରଙ୍ଗ ପୁନିଆ ସୋନିପତର ବହାଲଗଡ଼ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ଅନୁସନ୍ଧାନ କରୁଛି।

    କଂଗ୍ରେସ ବଜରଙ୍ଗ ପୁନିଆକୁ ବିଧାନସଭା ଟିକଟ ଦେଇ ନ ଥିବାବେଳେ ହରିୟାଣା ବିଧାନସଭାର ଜୁଲାନା ଆସନରୁ ଭିନେଶ ଫୋଗାଟଙ୍କୁ ପ୍ରାର୍ଥୀ କରାଯାଇଛି। ଟିକଟ ନ ପାଇବା ପ୍ରଶ୍ନରେ ବଜରଙ୍ଗ ପୁନିଆ କହିଥିଲେ ଯେ କେବଳ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ରାଜନୀତି ନୁହେଁ। ଏହାପୂର୍ବରୁ ଆମେ ଦୁହେଁ ମଧ୍ୟ ଆଲୋଚନା କରିଥିଲୁ ଯେ ଦୁଇଜଣଙ୍କ ମଧ୍ୟରୁ ଜଣେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଭିନେଶ ଫୋଗାଟ ଲଢୁଛନ୍ତି ଏବଂ ମୁଁ ତାଙ୍କୁ ସମର୍ଥନ କରୁଛି। ଆମେ ବିରୋଧୀ ଦଳଙ୍କୁ କଡ଼ା ଜବାବ ଦେବୁ।
    ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ସାଂସଦ ତଥା ଭାରତୀୟ ରେସଲିଂ ଫେଡେରେଶନର ତତ୍କାଳୀନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ୨୦୨୩ ମସିହାରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ ପ୍ରଦର୍ଶନ କରିଥିଲେ। ବଜରଙ୍ଗ ପୁନିଆ ଟୋକିଓ ଅଲିମ୍ପିକ୍ ଗେମ୍ସର ବ୍ରୋଞ୍ଜ ପଦକ ବିଜେତା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ