Sunday, October 4, 2026
24.3 C
Odisha

    ବିଧବା ଭତ୍ତାରୁ ବଞ୍ଚିତ ପୁରନ୍ତି ପ୍ରଧାନ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ସରକାର ବୃଦ୍ଧବୃଦ୍ଧାମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳାମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳାମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି। ହେଲେ ପଞ୍ଚାୟତ ଓ ବ୍ଲକ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ବହୁ ଗରିବ ଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଦୟନୀୟ ଜୀବନଯାପନ କରୁଥିବା ଦେଖିବାକୁ ମିଳୁଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା  କ ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁ ରେ।

    ସରକାର ବିଧବାମାନଙ୍କୁ ଭତ୍ତା ଦେଉଥିବା ଜାଣି ସାତ ମାସ ହେଲାଣି ବ୍ଲକ ଓ ଜିଲ୍ଲାପାଳ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ହେଲେ ଆଜିଯାଏ ସେ ବିଧବା ଭତ୍ତା ଖଣ୍ଡିକ ପାଇପାରିଲେ ନାହିଁ। ଏପରି କି ପରିବାରର ଚାରି ସଦସ୍ୟ ଅଛନ୍ତି। ଚଳାଚଳରେ ଅସୁବିଧା ହେବାରୁ ଏବେ ସେ ଚାରି ଜଣଙ୍କ ଜଣଙ୍କ ସହିତ ବଣ୍ଡଗୁଡ଼ା ପଞ୍ଚାୟତ ଅଧୀନରେ ଥିବା କପୁଗୁଡ଼ା ସାହିରେ ଥିବା ନିଜ ଘରେ ଆଶ୍ରୟ ନେଇଛନ୍ତି।

    ପ୍ରଶାସନ ଉକ୍ତ ମହିଳାଙ୍କୁ ଯଥାଶୀଘ୍ର ବିଧବା ଭତ୍ତା ଯୋଗେଇ ଦେବାକୁ ସାଧାରଣରେ ଦାବି ହେଉଛି। ଏ ବିଷୟରେ ପଞ୍ଚାୟତ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ପୁରନ୍ତି ପ୍ରଧାନଙ୍କୁ ବିଧବା ଭତ୍ତା ପାଇଁ ଅନ୍‌ଲାଇନ୍‌ରେ ଆବେଦନ ପତ୍ର ଦିଆହୋଇଛି। ତାଙ୍କର କାଗଜପତ୍ର ସମ୍ପୂର୍ଣ୍ଣ ହେଲେ ଭତ୍ତା ମିଳିଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ପୁରନ୍ତି ପ୍ରଧାନଙ୍କୁ ଭତ୍ତା ଯୋଗାଇ ଦେବ ଦେଖିବାକୁ ବାକିରହିଲା?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ