Wednesday, October 23, 2024
21.7 C
Odisha

    ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

    ଆଗକୁ ପଢନ୍ତୁ

    ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆସନ୍ତାକାଲି ଏହାର ସୌନ୍ଦର୍ଯ୍ୟ ଦେଖିବ ଦୁନିଆ । ଏହା ପୂର୍ବରୁ ଆଜି ବସିଛି ପରିଚାଳନା କମିଟି ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି । ବୈଠକରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପକରେ ଆଲୋଚନା ହେଉଛି । ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ସମଙ୍ଗ ବଲ୍ଲଭ ପାର୍କିଂ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଶାଳ ସଭା ପାଇଁ ପ୍ରଶାସନିକ ଆୟୋଜନ କରାଯାଇଛି । ଏଥିପାଇଁ ରାଜ୍ୟ ବାହାର କମ୍ପାନୀକୁ ଜର୍ମାନ ହ୍ୟାଙ୍ଗର ଶିବିର ନିର୍ମାଣ ଦାୟିତ୍ୱ ଦିଆଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ଟି ବସ୍ରେ ଲୋକଙ୍କୁ କାର୍ଯ୍ୟକ୍ରମକୁ ଅଣାଯିବ । କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ହେଲିପ୍ୟାଡ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ପ୍ରକଳ୍ପ ଉଦଘାଟନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ୫୦ ପ୍ଲାଟୁନ୍ରୁ ଅଧିକ ଫୋର୍ସ ଓ ୩୦ରୁ ଅଧିକ ଅଫିସର ମୁତୟନ ହେବେ । ପ୍ରାୟ ୯ଟି କୋଠା ଉପରେ ପୋଲିସ ଫୋର୍ସ ବାଇନାକୁଲାର ଧରି ମୁତୟନ ରହିବେ । ଏହି ଟିମ୍ ସହରର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିବେ । ସେହିପରି ସାଦା ପୋଷାକରେ ମଧ୍ୟ ପୋଲିସର ଗୁଇନ୍ଦା ଟିମ୍ ଜନଗହଳି ଅଂଚଳରେ ପଇଁତରା ମାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ