Thursday, October 15, 2026
26.4 C
Odisha

    ଜେଲରେ ରହିଯିବି, ସ୍ତ୍ରୀ ପାଖ‌ରେ ନୁହେଁ; କାହିଁକି ଏଭଳି କହିଲେ ଘରୁ ଲୁଚି ପଳାଇଥିବା ଇଞ୍ଜିନିୟର

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: ଅଗଷ୍ଟ ୪ରେ ନିଖୋଜ ହୋଇଥିଲେ। ଅଗଷ୍ଟ ୧୫ରେ ମିଳିଲା ପତ୍ତା। ଅପହରଣ ହୋଇଥିବା ଭାବି ପୁଲିସ ତଦନ୍ତ କରୁଥିବା ବେଳେ ଫଳାଫଳ ବାହାରିଲା କିଛି ଅଲଗା। ଅପହରଣ ନୁହେଁ ବରଂ ଯୁବ ଇଞ୍ଜିନିୟର ନିଜ ସ୍ତ୍ରୀଙ୍କ ଉପରେ ବିରକ୍ତ ହୋଇ ଘର ଛାଡ଼ିଥିବା ସାମ୍ନାକୁ ଆସିଲା। ଏବେ ପୁଲିସ ନୋଏଡାରୁ ଯୁବକଙ୍କୁ ଆଣି ବେଙ୍ଗାଲୁରୁରେ ଛାଡ଼ିଥିବା ଜଣାପଡ଼ିଛି।
    ସୂଚନା ମୁତାବକ, ଅଗଷ୍ଟ ୪ରେ ଏଟିଏମରୁ ଟଙ୍କା ଆଣିବାକୁ ଯାଉଥିବା କହି ଯୁବକ ଘରୁ ବାହାରିଥିଲେ। ହେଲେ ସେ ନଫେରିବାରୁ ତାଙ୍କ ପତ୍ନୀ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବିମାନବନ୍ଦର ସବୁ ଖୋଜିଥିଲେ ବି ତାଙ୍କ ପତ୍ତା ମିଳିନଥିଲା। ଫୋନ ବି ବନ୍ଦ ଥିବାରୁ ତାଙ୍କ ଠିକଣା ମିଳିପାରିନଥିଲା। ସମୟ ବିତୁଥିବାରୁ ପତ୍ନୀ ଫେସବୁକରେ ପୋଷ୍ଟ କରି ପୁଲିସ କିଛି କରୁନଥିବା ଦାବି କରିଥିଲେ। ଏମଧ୍ୟରେ ଇଞ୍ଜିନିୟର ନୂଆ ସିମ୍ କିଣି ପୁରୁଣା ଫୋନରେ ପକାଇବାରୁ ସେ ନୋଏଡାରେ ଥିବା ଜାଣିଥିଲା ବେଙ୍ଗାଲୁରୁ ପୁଲିସ। ଅଗଷ୍ଟ ୧୫ରେ ପୁଲିସ ଇଞ୍ଜିନିୟରଙ୍କୁ ଧରିବା ପରେ ସେ ପତ୍ନୀଙ୍କ ପାଖକୁ ନଆସିବାକୁ କହିଥିଲେ। ପତ୍ନୀ କରୁଥିବା ଅତ୍ୟାଚାର ପାଇଁ ଇଞ୍ଜିନିୟର ଘରକୁ ନଆସି ଜେଲ୍ ଯିବାକୁ ଚାହୁଛି ବୋଲି କହିଥିଲେ। ହେଲେ ତୁମେ ବେଙ୍ଗାଲୁରୁ ଗଲେ ହିଁ ନିଖୋଜ ନେଇ ହୋଇଥିବା ଏତଲା ବନ୍ଦ ହୋଇପାରିବ ବୋଲି ପୁଲିସ କହିବାରୁ ବେଙ୍ଗାଲୁରୁ ଯିବାକୁ ରାଜି ହୋଇଥିଲେ ଇଞ୍ଜିନିୟର ।

    ଇଞ୍ଜିନିୟରଙ୍କ କହିବା ମୁତାବକ, ମୁଁ ତାଙ୍କ ଦ୍ବିତୀୟ ସ୍ବାମୀ। କିଛି ବର୍ଷ ତଳେ ସେ ୧୨ବର୍ଷୀୟ ପିଲାର ମା’ ଥିବା ବେ‌ଳେ ମୁଁ ତାଙ୍କୁ ବିବାହ କରିଥିଲି। ଛାଡ଼ପତ୍ର ସେ ମୋତେ ବିବାହ କରିଥିଲେ। ହେଲେ ବିବାହ ପରେ ସେ ମୋତେ ପ୍ରତି କଥାରେ ରାଗିବା ଆରମ୍ଭ କଲେ। ଥାଳିରୁ ଭାତ ବା ରୁଟି ଖସିଗଲେ ବି ସେ ମୋତେ ରାଗୁଥିଲେ। ବାହାରକୁ ଛାଡ଼ୁନଥିଲେ। ତାଙ୍କୁ ବିବାହ କରି ମୁଁ ମୋର ସ୍ବାଧୀନତା ହରାଇ ବସିଥିଲି। ତେଣୁ ଏଭଳି ଲୁଚି ପଳାଇଯାଇଥିଲି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    86 %
    1.3kmh
    75 %
    Thu
    24 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ