Tuesday, September 8, 2026
29.4 C
Odisha

    ପୁଟିନଙ୍କ ଗୁପ୍ତ ପରିବାର: ୩୦ ବର୍ଷ ସାନ ଗର୍ଲଫ୍ରେଣ୍ଡ ଓ ଦୁଇ ପୁଅ…

    ଆଗକୁ ପଢନ୍ତୁ

    ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ରୋଚକ ବିଷୟ ହୋଇ ରହିଆସିଛି । ପୁଟିନଙ୍କ ସନ୍ତାନ, ପତ୍ନୀ ଏବଂ ଗର୍ଲଫ୍ରେଣ୍ଡ ସବୁବେଳେ ଖବର ଶିରୋନାମାରେ ରହିଆସିଛନ୍ତି। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ପୁଟିନଙ୍କର ମଧ୍ୟ ଦୁଇ ଜଣ ପୁଅ ଅଛନ୍ତି। ପୁଟିନଙ୍କର ପ୍ରେମିକା ଏଲିନା କବେଭାଙ୍କ ଠାରୁ ଦୁଇ ଜଣ ପୁତ୍ର ସନ୍ତାନ ଅଛନ୍ତି। ସେମାନଙ୍କର ବୟସ ୯ ବର୍ଷ ୫ ବର୍ଷ । ସେମାନଙ୍କର ନାମ ହେଉଛି ଇଭାନ୍ ଏବଂ ଭ୍ଲାଡିମିର୍ ଜୁନିଅର।

    ରୁଷିଆର ଅନୁସନ୍ଧାନକାରୀ ସଂସ୍ଥାର ତଥ୍ୟ ଆଧାରରେ ଫୋର୍ବସ୍ ଲେଖିଛି ଯେ ଏଲିନାଙ୍କ ଦୁଥ ପୁଅ ପୁଟିନଙ୍କ ସହ ରୁହନ୍ତି । ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ରହିଛି। ଏହା ମଧ୍ୟ କୁହାଯାଇଛି ଯେ ପୁଟିନଙ୍କ ଗର୍ଲଫ୍ରେଣ୍ଡ ଏଲିନା ମଧ୍ୟ ତାଙ୍କ ସହିତ ଏହି ବିଳାସପୂର୍ଣ୍ଣ ଘରେ ରୁହନ୍ତି।
    ଏଲିନାଙ୍କୁ ୪୧ ବର୍ଷ ହୋଇଥିବାବେଳେ ଭ୍ଲାଦିମିର ପୁଟିନଙ୍କୁ ୭୧ ବର୍ଷ ବୟସ। ଉଭୟଙ୍କ ମଧ୍ୟରେ ବୟସର ୩୦ ବର୍ଷର ପାର୍ଥକ୍ୟ ଅଛି। ୨୦୦୮ ମସିହାରେ ପ୍ରଥମ ଥର ପାଇଁ ଦୁହିଁଙ୍କ ସମ୍ପର୍କ ବିଷୟରେ ଆଲୋଚନା ସାମ୍ନାକୁ ଆସିଥିଲା ​। ସେତେବେଳେ ଗଣମାଧ୍ୟମରେ ହେଡଲାଇନ ଥିଲା ଯେ ପୁଟିନଙ୍କର ଜଣେ ଗୁପ୍ତ ଗର୍ଲଫ୍ରେଣ୍ଡ ଅଛନ୍ତି।

    ଏଲିନାଙ୍କ ସହିତ ୨୦୦୮ରେ ସମ୍ପର୍କ ପ୍ରକାଶ ପାଇବାର ଛଅ ବର୍ଷ ପରେ ପୁଟିନ୍ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ। ପୁଟିନଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ଦୁଇ ଜଣ ଝିଅ ଅଛନ୍ତି। ସେମାନଙ୍କ ନାମ ମାରିଆ ଏବଂ କ୍ୟାଟ୍ରିନା। ୧୯୮୩ରେ ପୁଟିନ ଏବଂ ପ୍ରଥମ ପତ୍ନୀ ଲ୍ୟୁଡମିଲା ବିବାହ କରିଥିଲେ।

    ଏଲିନା କବେଭା ଜଣେ ପେସାଦାର ଜିମ୍ନାଷ୍ଟ। ସେ ରୁଷିଆର ସବୁଠାରୁ ନମନୀୟ ମହିଳା ଆଖ୍ୟା ପାଇଛନ୍ତି। ଆଲିନା ୧୨ ମେ’ ୧୯୮୩ରେ ଉଜବେକିସ୍ତାନର ତାସକେଣ୍ଟରେ ଜନ୍ମଗ୍ରହଣ କରିଥିଲେ। ୨୦୦୭ ରୁ ୨୦୧୪ ପର୍ଯ୍ୟନ୍ତ ଆଲିନା ରୁଷିଆର ଷ୍ଟେଟ ଡୁମା ସଦସ୍ୟ ଥିଲେ।

    ଗତ ବର୍ଷ ରୁଷିଆର ଅନୁସନ୍ଧାନକାରୀ ଖବର ୱେବସାଇଟ୍ ‘ ଦି ପ୍ରୋଜେକ୍ଟ’ ଦାବି କରିଥିଲା ​​ଯେ ପୁଟିନ ତାଙ୍କ ଗୁପ୍ତ ଗର୍ଲଫ୍ରେଣ୍ଡ ଏଲିନାଙ୍କ ପାଇଁ ବିଳାସପୂର୍ଣ୍ଣ ପ୍ରାସାଦ ନିର୍ମାଣ କରିଛନ୍ତି।

    ଏହି ପ୍ରାସାଦ ସୁନାରେ ନିର୍ମିତ ଏବଂ ମସ୍କୋ ଠାରୁ ୨୫୦ ମାଇଲ ଦୂରରେ ଥିବା ଭାଲଦଇ ହ୍ରଦ ନିଟସ୍ଥ ଜଙ୍ଗଲରେ ନିର୍ମିତ। ପ୍ରାୟ ୯୯୦ କୋଟି ଟଙ୍କା ବ୍ୟୟରେ ୧୩ ହଜାର ବର୍ଗଫୁଟରେ ଏହି ଭିଲ୍ଲା ନିର୍ମାଣ କରାଯାଇଛି। ପୁଟିନଙ୍କ ସ୍ୱତନ୍ତ୍ର ପ୍ରାସାଦଠାରୁ ଏହା ମାତ୍ର ୮୦୦ ମିଟର ଦୂରରେ ରହିଛି। ଏଠାରେ ଏକ ବଡ଼ ଖେଳ ପଡିଆ ମଧ୍ୟ ଅଛି ।

    ଯଦିଓ ପୁଟିନଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କୁହାଯାଉଛି। ମିଡିଆ ରିପୋର୍ଟରେ ସ୍ୱର୍ଣ୍ଣ ପଦକ ଜିମ୍ନାଷ୍ଟ ଏଲିନାଙ୍କ ବିଷୟରେ ଚର୍ଚ୍ଚା ପ୍ରଥମେ ହୋଇଥାଏ। ପୁଟିନଙ୍କ ଗର୍ଲଫ୍ରେଣ୍ଡ ଏଲିନାଙ୍କଠାରୁ ତୃତୀୟ ଝିଅ ମଧ୍ୟ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ତଥାପି ଏହା ନିଶ୍ଚିତ ହୋଇପାରି ନାହିଁ। ରୁଷିଆର ଗଣମାଧ୍ୟମ ୧୮ ବର୍ଷ ବୟସ୍କା ଏଲିଜାଭେଟା କ୍ରିଭୋନୋଗିଖଙ୍କୁ ପୁଟିନଙ୍କ ଗୁପ୍ତ ଝିଅ ବୋଲି ବର୍ଣ୍ଣନା କରିଛି।

    ପୁଟିନଙ୍କ ଗୁପ୍ତ ଝିଅ ବିଷୟରେ ବ୍ରିଟେନର ବ୍ରାଡଫୋର୍ଡ ୟୁନିଭରସିଟିର ଭିଜୁଆଲ କମ୍ପ୍ୟୁଟିଂ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ହାସନ ଉଗେଲ କହିଛନ୍ତି ଯେ ପୁଟିନ ଏବଂ ତାଙ୍କ ତୃତୀୟ ଝିଅଙ୍କର ଚେହେରା ଏତେ ସମାନ ଯେ ସେମାନଙ୍କୁ ପିତା ଏବଂ ଝିଅ ବୋଲି କେହି ଅସ୍ୱୀକାର କରିପାରିବେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    70 %
    3kmh
    36 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ