Saturday, July 27, 2024
24.6 C
Odisha

    ପଦ ଛାଡିବାକୁ ଘୋଷଣା କଲେ ଡେନମାର୍କର ରାଣି ମାଗ୍ରରେଥ-୧୧

    ଆଗକୁ ପଢନ୍ତୁ

    ଡେନମାର୍କର ମହାରାଣୀ ମାଗ୍ରରେଥ-୧୧ ରବିବାର ରାତିରେ ପଦ ଛାଡିବାକୁ ଘୋଷଣା କରିଛନ୍ତି । ନୂଆବର୍ଷ ଉପଲକ୍ଷେ ସେ ତାଙ୍କ ସମ୍ବୋଧନରେ କହିଛନ୍ତି କି, ସେ ଜାନୁଆରୀ ୧୪ ତାରିଖରେ ନିଜ ପଦ ଛାଡିଦେବେ । ନିଜ ପୁଅ କ୍ରାଉନ ପ୍ରିନ୍ସ ଫ୍ରେଡରିକ ଆନ୍ଦେ ହେନରିକଙ୍କୁ ରାଜଗାଦୀ ସମର୍ପି ଦେବେ । ରାଣୀ ମାଗ୍ରରେଥ-୧୧ ୧୯୭୨ ଜାନୁଆରୀ ୧୪ ତାରିଖରେ ପିତା କିଙ୍ଗ ଫ୍ରେଡରିକ୧୧ଙ୍କ ପରେ ରାଜଗାଦୀ ସମ୍ଭାଳିଥିଲେ । ୫୨ ବର୍ଷ ଶାସନ କରିବା ପରେ ଏବେ ସେ ପଦ ଛାଡିବାକୁ ଯାଉଛନ୍ତି । ବ୍ରିଟେନ ମହାରାଣୀ ଏଲିଜାବେଥ-୧୧ଙ୍କ ପରେ ରାଣୀ ମାଗ୍ରରେଥ-୧୧ ୟୁରୋପରେ ସବୁଠାରୁ ଅଧିକ ଦିନ ଶାସନ କରିଥିବା ଶାସକ ଭାବେ ଜଣାଶୁଣା । ୮୩ ବର୍ଷୀୟା ଏହି ରାଣୀଙ୍କର ୨୦୨୩ ଫେବୃଆରୀ ମାସରେ ପିଠିରେ ଅପରେଶନ ହୋଇଥିଲା । ଏହାପରେ ସେ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ସେ ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ କହିଥିଲେ କି, ପିଠିରେ ଅପରେଶନ ପରେ ସେ ପଦ ଛାଡିବା ନେଇ ନିଷ୍ପତ୍ତି ନେଇଥିଲେ । ଏହାସହ ଏବେ ସେ ନିଜ ପୁଅଙ୍କୁ ଏହି ସିଂହାସନରେ ବସାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । ଡେନମାର୍କର ରାଜକୁମାର ଫ୍ରେଡରିକ ଆନ୍ଦେ ହେନରିକ ଓ ରାଣୀ ମେରୀ ଏଲିଜାବେଥ ଫେବୃଆରୀ ୨୦୨୩ରେ ଆଗ୍ରା ଆସିଥିଲେ । ଦୁଇଜଣ ତାଜମହଲ ଓ ଆଗ୍ରା ଦୁର୍ଗ ଦେଖି ଭିଜିଟର ଡାଏରୀରେ କମେଣ୍ଟ ଲେଖିବା ସହ ଫଟୋସୁଟ୍ ମଧ୍ୟ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ