Sunday, October 4, 2026
29.6 C
Odisha

    ହିଣ୍ଡେନବର୍ଗ-ସେବି ମାମଲାରେ ଆକ୍ରମଣାତ୍ମକ ମୁଦ୍ରାରେ ରାହୁଲ ଗାନ୍ଧୀ ; ବିରୋଧୀ ଦଳ ନେତାଙ୍କ ବୟାନ ସେୟାର ବଜାରକୁ କରୁଛି ପ୍ରଭାବିତ

    ଆଗକୁ ପଢନ୍ତୁ

    ହିଣ୍ଡେନବର୍ଗ-ସେବି ମାମଲାରେ ଆକ୍ରମଣାତ୍ମକ ମୁଦ୍ରାରେ ରାହୁଲ ଗାନ୍ଧୀ । ବିରୋଧୀ ଦଳ ନେତାଙ୍କ ବୟାନ ସେୟାର ବଜାରକୁ କରୁଛି ପ୍ରଭାବିତ ବୋଲି ବିଜେପି କହୁଛି । ଏହି ସମୟରେ ସାମ୍ନାକୁ ଆସିଛି ସେୟାର ବଜାରରେ ରାହୁଲଙ୍କ ରୋଜଗାରର ମାଧ୍ୟମ।ରାହୁଲ ସେୟାର ମାର୍କେଟରେ ଟଙ୍କା ଲଗାନ୍ତି। ଗତ ୫ ମାସ ମଧ୍ୟରେ ରାହୁଲ ସେୟାର ବଜାରରୁ ୪୬ ଲକ୍ଷ ୫୦ ହଜାର ଟଙ୍କା ଆୟ କରିଛନ୍ତି। ସୂଚନା ମୁତାବକ, ୧୫ ମାର୍ଚ୍ଚ, ୨୦୨୪ରେ ଷ୍ଟକ ମାର୍କେଟରେ ରାହୁଲଙ୍କର ସମ୍ପତ୍ତି ୪ କୋଟି ୩୩ ଲକ୍ଷ ଟଙ୍କା ଥିଲା। ଅଗଷ୍ଟ ୧୨ ଅର୍ଥାତ ସୋମବାର ସୁଦ୍ଧା ରାହୁଲଙ୍କ ସମ୍ପତ୍ତି ୪ କୋଟି ୮୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ରାହୁଲ ଗାନ୍ଧୀ ଲୋକସଭାରେ ଦାଖଲ କରିଥିବା ସମ୍ପତି ତାଲିକାରେ ସେ ଅର୍ଥ ବିନିଯୋଗ କରିଥିବା ଷ୍ଟକର ତଥ୍ୟ ଦେଇଥିଲେ। ଏହି ଷ୍ଟକର ମୂଲ୍ୟ ବୃଦ୍ଧିକୁ ଆଳକନ କଲେ ରାହୁଲ ୫ ମାସରେ ୪୬ ଲକ୍ଷ ୪୯ ହଜାର ଟଙ୍କା ଲାଭ କରିଥିବା ସୂଚନା ମଳିଛି। ରାହୁଲ ମୋଟ ୨୪ ଟି କମ୍ପାନୀରେ ଅର୍ଥ ବିନିଯୋଗ କରିଛନ୍ତି। ସେଥିରୁ ୨୦ ଟି କମ୍ପାନୀର ଷ୍ଟକର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ୪ ଟିରେ କ୍ଷତି ସହିଛନ୍ତି। ଛୋଟ କମ୍ପାନୀ ଭର୍ଟେଜ ଆର୍ଡଭାଟାଇଜିଂ ରାହୁଲଙ୍କୁ ସବୁଠୁ ଅଧିକ ଲାଭ ଦେଇଛି। ଭର୍ଟେଜ ଆର୍ଡଭାଟାଇଜିଂର ସେୟାରର ମୂଲ୍ୟ ମାର୍ଚ୍ଚ ୧୫ରେ ୨୬୦ ଟଙ୍କା ଥିଲା। ଯାହା ଏବେ ୫୨୦୦ ଛୁଇଁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ