Saturday, October 10, 2026
27.9 C
Odisha

    ସେପ୍ଟେମ୍ବର ୮ରୁ ଆମେରିକା ଗସ୍ତରେ ଯିବେ ରାହୁଲ ଗାନ୍ଧି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆମେରିକା ଗସ୍ତରେ ଯିବେ। ରାହୁଲଙ୍କ ଗସ୍ତ ସେପ୍ଟେମ୍ବର ୮ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବେ।
    ସେପ୍ଟେମ୍ବର ୮ରେ ରାହୁଲ ଗାନ୍ଧି ଆମେରିକାର ଡାଲାସରେ ରହିବେ। ଡାଲାସରେ ସେ ଟେକ୍ସାସ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ। ସେପ୍ଟେମ୍ବର ୯ ଓ ୧୦ରେ ରାହୁଲ ୱାଶିଂଟନ ଡିସିରେ ରହିବେ। ଡାଲାସରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ସହ କଥା ହେବେ।
    ନିକଟରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ସଭାପତି ସାମ୍ ପିତ୍ରୋଦା ସୂଚନା ଦେଇଥିଲେ ଯେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଖୁବ୍ ଶୀଘ୍ର ୩ ଦିନିଆ ଆମେରିକା ଗସ୍ତରେ ଯିବେ। ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁୟର୍କ ଗସ୍ତରେ ଯିବାକୁ ଥିବାବେଳେ ତା ପୂର୍ବରୁ ରାହୁଲ ଆମେରିକା ଗସ୍ତ କରିବେ ।

    ସାମ କହିଥିଲେ ଯେ “ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ସଭାପତି ହେବା ପରଠାରୁ ମୋତେ ଭାରତୀୟ ପ୍ରବାସୀ, କୂଟନୀତିଜ୍ଞ, ଶିକ୍ଷାବିତ୍, ବ୍ୟବସାୟୀ, ରାଜନେତା, ଅନ୍ତର୍ଜାତୀୟ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ଲୋକମାନେ ରାହୁଲଙ୍କ ଗସ୍ତ ପାଇଁ ଅନୁରୋଧ କରୁଛନ୍ତି ।“

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ