Sunday, September 27, 2026
21.7 C
Odisha

    ଲୁହାପଥର ଜବତ: ରେଳବାଇ-ଖଣି ବିଭାଗ ମୁହାଁମୁହିଁ

    ଆଗକୁ ପଢନ୍ତୁ

    ଯୋଡ଼ା: କେନ୍ଦୁଝରର ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଜୁରୁଡ଼ି ଓ ବାଂଶପାଣି ରେଳସାଇଡିଂରେ ବର୍ଷବର୍ଷ ଧରି ପଡ଼ିରହିଥିବା ଲୁହାପଥରକୁ ନେଇ ରେଳବାଇ ଓ ଖଣି ବିଭାଗ ମୁହଁାମୁହିଁ ହୋଇଛନ୍ତି। ଏହି ରେଳସାଇଡିଂରେ ୫୩ ହଜାର ମେଟ୍ରିକ୍‌ ଟନ୍‌ ଲୁହାପଥର ପଡ଼ିଥିଲା ଏବଂ ଖଣି ବିଭାଗ ଏହାକୁ ୨୧ କୋଟି ୮୧ ଲକ୍ଷ ଟଙ୍କାରେ ନିଲାମ କରିଥିଲା। ନିଲାମଧାରୀମାନେ ଏହାକୁ ଉଠାଇବା ସମୟରେ ରେଳବାଇ ବିରୋଧ କରିଛି। ଖଣି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜୁରୁଡ଼ି ରେଳସାଇଡିଂର ଗୋଟିଏ ପ୍ଲାଟ୍‌ଫର୍ମରେ ୧୩ ହଜାର ୨୪୩.୮୯୦ ମେଟ୍ରିକ୍ ଟନ୍ ଏବଂ ବାଂଶପାଣି ରେଳସାଇଡିଂର ଗୋଟିଏ ପ୍ଲାଟ୍‌ଫର୍ମରେ ୩୯ ହଜାର ୮୧୮.୦୬୦ ମେଟ୍ରିକ୍ ଟନ୍ ଲୁହାପଥର ରହିଛି। ଏହି ଚୋରା ଲୁହାପଥରକୁ ଜବତ କରିଥିଲା ଖଣି ବିଭାଗ। ଦାବିଦାର ନଥିବା ଲୁହାପଥରକୁ ଖଣି ବିଭାଗ ଗତ ଡିସେମ୍ବରରେ ଓଏମ୍‌ସି ଜରିଆରେ ନିଲାମ କରିଥିଲା। ଜୁରୁଡ଼ି ରେଳସାଇଡିଂରେ ଜବତ ହୋଇଥିବା ଲୁହାପଥରକୁ ୫ କୋଟି ୮୧ ଲକ୍ଷ ଟଙ୍କା ଓ ବାଂଶପାଣି ରେଳସାଇଡିଂରେ ଜବତ ହୋଇଥିବା ଲୁହାପଥରକୁ ୧୬କୋଟି ଟଙ୍କାରେ ନିଲାମ କରାଯାଇଥିଲା। ନିଲାମଧାରୀମାନେ ଯୋଡ଼ା ଖଣି ଉପନିର୍ଦ୍ଦେଶାଳୟରୁ ଲୁହାପଥର ପରିବହନ ପାଇଁ ଅନୁମତି ବି ନେଇଥିଲେ। ହେଲେ ଲୁହାପଥର ପରିବହନ କରିବାପାଇଁ ରେଳବାଇ ଅନୁମତି ଦେଉନଥିବା ଜଣାପଡ଼ିଛି।
    ଫଳରେ, ନିଲାମଧାରୀମାନେ ଲୁହାପଥର ଉଠାଇ ପାରୁନାହାନ୍ତି। ଏ ସମ୍ପର୍କରେ ଯୋଡ଼ା ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରୱାଲଙ୍କୁ ପଚାରିବାରୁ, ରେଳବାଇ ଜବତ ଲୁହାପଥର ପରିବହନ ପାଇଁ ଅନୁମତି ଦେଉ ନଥିବାରୁ ସେ ଚକ୍ରଧରପୁର ଡିଆର୍‌ଏମ୍‌ଙ୍କୁ ଗତ ଡିସେମ୍ବର ୨୨ ତାରିଖରେ ଚିଠି ଲେଖିଥିଲେ। ତେବେ ଚିଠିର କୌଣସି ଉତ୍ତର ସେ ପାଇନଥିବା କହିଛନ୍ତି। ଏହାଛଡ଼ା ରେଳବାଇର ଡମ୍ପ ଆଣ୍ଡ ଲୋଡ୍ ପଲିସି ଅନୁଯାୟୀ ଖଣିଜକୁ ବହୁତ ଦିନ ଧରି ଜମା ନରଖି ତୁରନ୍ତ ପରିବହନ କରିବାର ନିୟମ ରହିଛି। ତେବେ, ଗୋଟିଏ ପ୍ଲାଟଫର୍ମରେ ଏତେ ପରିମାଣର ଲୁହାପଥର ଏତେଦିନ ଧରି କିପରି ଜମା ରହିଲା ବୋଲି ଶ୍ରୀ ଅଗ୍ରୱାଲ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ, ଲୁହାପଥର ଉଠାଇବା ପାଇଁ ୧୧୪ କୋଟି ୪୭ ଲକ୍ଷ ୨୬ ହଜାର ୨୦୦ ଟଙ୍କା ଜମା କରିବାକୁ ରେଳବାଇ ପକ୍ଷରୁ ଦାବି କରାଯାଇଛି। ଏନେଇ ରେଳବାଇର ଚକ୍ରଧରପୁର ଡିସିଏମ୍‌ ଲୁହାପଥର ନିଲାମଧାରୀ ପ୍ରଫୁଲ୍ଲ ଏଣ୍ଟରପ୍ରା‌ଇଜେସ୍‌ ଓ ଶୁଭମ ଟ୍ରେଡରକୁ ଜାନୁଆରି ୨ ତାରିଖରେ ଚିଠି ଲେଖି ଜଣାଇଛନ୍ତି। ତେବେ, ‘ଘୋଡ଼ା ଛଅଟଙ୍କାକୁ ଦାନା ନଅଟଙ୍କା’ ନ୍ୟାୟରେ ମାତ୍ର ୨୧.୮୧ କୋଟି ଟଙ୍କାର ଲୁହାପଥର ପାଇଁ ୧୧୪ କୋଟି ୪୭ ଲକ୍ଷ ୨୬ ହଜାର ୨୦୦ ଟଙ୍କା କେମିତି ଦେବେ ବୋଲି ପ୍ରଶ୍ନ ଉଠୁଛି। ଏହି ଦୁଇ ରେଳ ସାଇଡିଂ ବ୍ୟତୀତ ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ନୟାଗଡ଼, ବଲାଣି, ଦେଓଝର, ବଡ଼ବିଲ ରେଳ ସାଇଡିଂରେ ମଧ୍ୟ ବିପୁଳ ପରିମାଣରେ ଲୁହାପଥର ପଡ଼ିରହିଛି। ଖଣି ବିଭାଗ ଓ ରେଳବାଇ ମଧ୍ୟରେ ରହିଲେ ରାଜ୍ୟ ସରକାର ପ୍ରାୟ ୫୦୦ କୋଟି ଟଙ୍କା ରାଜସ୍ବ ପାଇପାରିବେ ବୋଲି ଖଣି ବିଭାଗ ଆକଳନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ