Saturday, May 23, 2026
33.9 C
Odisha

    ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

    ଆଗକୁ ପଢନ୍ତୁ

    ବାରିପଦା: ଆସନ୍ତାକାଲି (ଶନିବାର) ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ହେବ। ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟ, ବେସରକାରୀ ସ୍କୁଲ ବନ୍ଦ ରହିବ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଜିଲ୍ଲାପାଳ ହେମକାନ୍ତ ସୟ ଛୁଟି ଘୋଷଣା କରିଛନ୍ତି।

    ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଲଘୁଚାପ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। ଏହା ଦକ୍ଷିଣ ପୂର୍ବ ବାଂଲାଦେଶ ଏହାର ଆଖପାଖରେ କେନ୍ଦ୍ରୀଭୂତ ହୋଇଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବ। ପ୍ରଭାବରେ ଆଜିଠାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି। କାଲିଠାରୁ ବର୍ଷାର ପରିମାଣ ବଢ଼ିବ। ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି। ମୟୂରଭଂଜ ଜିଲ୍ଲାରେ ୨୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ ଏବଂ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ୭୦ରୁ ୨୦୦ ମିମି ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.9 ° C
    33.9 °
    33.9 °
    39 %
    0.8kmh
    100 %
    Sat
    43 °
    Sun
    45 °
    Mon
    45 °
    Tue
    46 °
    Wed
    46 °

    ସମ୍ବନ୍ଧିତ