Sunday, September 13, 2026
23 C
Odisha

    ମାଥିଲିରେ ଝାଡାବାନ୍ତି: କୁଟନିପାଲୀର ୨, ଅଟାଳଗୁଡାରେ ୩ ମୃତ

    ଆଗକୁ ପଢନ୍ତୁ

    ମାଲକାନଗିରି: ଜିଲ୍ଲାର ମାଥିଲି ବ୍ଲକରେ ଏବେ ଝାଡାବାନ୍ତି ବ୍ୟାପିଛି। ଜିଲ୍ଲାରେ ବନ୍ୟା ପରେ ସଂକ୍ରାମକ ରୋଗର ଶିକାର ହେଉଛନ୍ତି ଲୋକେ।ଗତ ଏକ ସପ୍ତାହ ମଧ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବିଭିନ୍ନ ଗ୍ରାମରେ ଝାଡାବାନ୍ତି ବ୍ୟାପିବା ଜାଣିବା ପରେ କିଆଙ୍ଗା ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଡାକ୍ତର ଏବଂ ଏକ ଟିମ ଗାଁମାନଙ୍କୁ ଚିକିତ୍ସା ପାଇଁ ବାହାରିପଡିଥିଲେ।

    ତେବେ କର୍ତ୍ତନପାଲୀ ପଞ୍ଚାୟତର ବାରା ଗାଁରେ ବହୁ ଝାଡାବାନ୍ତି ରୋଗୀ ରହିଥିବା ଜାଣିବା ପରେ ସେଠାକୁ ଯିବାକୁ ବାହାରିଥିଲେ। ଡାକ୍ତର ଓ ଟିମକୁ ବାଟ ଓଗାଳିଥିଲା କିଆଙ୍ଗ ନଦୀ। ନଦୀରେ ଗଭୀର ଜଳ ପ୍ରବାହିତ ହେଉଥିବାରୁ ଭରା ନଈ ପାର ହେବା ପାଇଁ କୌଣସି ସାଧନ ନଥିଲା। ବାଧ୍ୟ ହୋଇ ଡାକ୍ତର ଡାକ୍ତର ଅନନ୍ତ କୁମାର ଡାର୍ଲି.ଓ ତାଙ୍କ ସହଯୋଗୀ ସୁଜିତ କୁମାର ପୂଜାରୀ। ନଦୀରେ ପହଁରି ଏହି ଡାକ୍ତରୀ ଟିମ ବାରା ଗାଁରେ ପହଞ୍ଚିଥିଲେ। ଗ୍ରାମବାସୀ ଏହି ଖବର ଜାଣିବା ପରେ ତୁରନ୍ତ ଡାକ୍ତରି ଟିମକୁ ସ୍ବାଗତ କରିଥିଲେ। ଡାକ୍ତର ବାରା ଗାଁରେ ପହଞ୍ଚିବା ପରେ ଝାଡାବାନ୍ତି ରୋଗୀଙ୍କୁ ଚିକିତ୍ସା କରିଥିଲେ।

    ପ୍ରକାଶ ଥାଉକି ଲଗାଣ ବର୍ଷା ଯୋଗୁଁ ନଈର ସ୍ରୋତ ପ୍ରଖୋର ହୋଇଯାଇଥିବା ଯୋଗୁଁ କିଛି ଆକ୍ରାନ୍ତ ମେଡିକାଲ ଆସିପାରୁନଥିଲେ।ତେଣୁ ବାଧ୍ୟ ହୋଇ ଭରା ନଈ ପାର ହୋଇ ରୋଗୀ ସେବା କରିଛନ୍ତି ଡାକ୍ତର ଅନନ୍ତ ଡାର୍ଲି। ଏଭଳି ମହାନିୟତା ଯୋଗୁଁ ସାଧାରଣ ରେ ବେଶ ପ୍ରଶଂସାର ପତ୍ର ପାଲଟିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଏବେ ଝାଡାବାନ୍ତି ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଏହା ବ୍ୟାପୁଛି।କୁଟୁଣୀପାଲ୍ଲୀ ପଞ୍ଚାୟତ ଗ୍ରାମର ଦୁଇ ଜଣ ମହିଳା ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ ଅଟାଲଗୁଡା ଗ୍ରାମର ଗୋଟିଏ ପରିବାରର ପାର୍ବତୀ ଦୁରୁଆ(୧୯), ଚଇନୁ ଦୁରୁଆ(୪୫) ଏବଂ ରମେଶ ଦୁରୁଆ(୧୨)ଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେହିପରି ଅଟାଳଗୁଡା, ତୁଳସୀ ଗ୍ରାମ, ଦୁରାଗୁଡାକର୍ତ୍ତନପାଲୀ, କୁଟନିପାଲୀ ଭଳି ବହୁ ଗ୍ରାମର ୧୦ରୁ ଉର୍ଦ୍ଧ୍ବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    97 %
    1.5kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ