Sunday, August 30, 2026
23.3 C
Odisha

    ଆଜି ଶେଷ ରଜ: ସାରା ରାଜ୍ୟ ଉତ୍ସବମୁଖର, ଆମିଷ ମାର୍କେଟରେ ଭିଡ଼

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ଶେଷ ରଜ। ଏହାକୁ ବେଶ ଧୂମଧାମରେ ପାଳନ କରୁଛନ୍ତି ଓଡ଼ିଶାବାସୀ। ଚାରିଆଡ଼େ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ପିଠାପଣାର ମହକରେ ବାସି ଉଠୁଛି ପ୍ରତିଟି ଓଡ଼ିଆ ଘର। ଆଜି ରବିବାର ହୋଇଥିବାରୁ ସକାଳୁ ସକାଳୁ ଆମିଷ ମାର୍କେଟରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଲାଣି।
    ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ପର୍ଯ୍ୟାପ୍ତ ପରିମାଣର ମାଛ, ଚିକେନ, ମଟନ, ଚିଙ୍ଗୁଡ଼ି ଓ କଙ୍କଡା ମଧ୍ୟ ଅଣାଯାଇଛି । ତିନି ଦିନ ଧରି ପାଳନ ହେଉଥିବା ଏହି ଗଣପର୍ବର ଆଜି ଅନ୍ତିମ ଦିନ ହୋଇଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। କୁଆଁରୀ ଝିଅଠାରୁ ଆରମ୍ଭ କରି ବିବାହିତା ନାରୀ ଏବଂ ପିଲାଠୁ ବୁଢା ସମସ୍ତେ ରଜପର୍ବରେ ନିଜକୁ ସାମିଲ କରି ଦୋଳି ଖେଳିବା ସହ ସୁସ୍ୱାଦୁ ପିଠାପଣାର ମଜା ଉଠାଉଛନ୍ତି।
    ବିଦେଶରେ ରହି ବି ଓଡ଼ିଆ ଭୁଲି ନାହାଁନ୍ତି ନିଜ ସଂସ୍କୃତି ଓ ପରମ୍ପରାକୁ। ସୁଦୂର ବାହାରିନ ଓ ଅଷ୍ଟ୍ରେଲିଆରେ ପ୍ରବାସୀ ଓଡ଼ିଆମାନେ ମଧ୍ୟ ଓଡ଼ିଶାର ଗଣପର୍ବ ରଜକୁ ବେଶ ଆଡ଼ମ୍ବରର ସହ ପାଳନ କରୁଥିବା ଦେଖିବାକୁ ମିଳିଛି। ବାହାରିନ ରାଜଧାନୀ ମାନାମାଠାରେ ଓଡ଼ିଆ ସମାଜ ପକ୍ଷରୁ ରଜ ମହୋତ୍ସବ ପାଳନ କରାଯାଇଛି। ବହୁ ସଂଖ୍ୟାରେ କୁଆଁରୀ ଝିଅ ଓ ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେବା ସହ ରଜ ପର୍ବକୁ ମନଭରି ଉପଭୋଗ କରିଛନ୍ତି। ସେପେଟେ ଅଷ୍ଟ୍ରେଲିଆର ସିଡ଼ନିରେ ମଧ୍ୟ ପ୍ରବାସୀ ଓଡ଼ିଆମାନେ ରଜ ଉତ୍ସବ ପାଳନ କରିଛନ୍ତି।

    ସେହିପରି ସାଉଦିଆରବରେ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରବାସୀ ଓଡ଼ିଆ ସଂଗଠନ ଉକ୍ରଳିକା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ। କୁନିକୁନି ପିଲାଙ୍କୁ ନେଇ ରଜ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ମହିଳା ଓ କୁଆଁରୀ ଝିଅମାନେ ପାଦରେ ଅଳତା, ହାତରେ ମେହେନ୍ଦି, ମଥାରେ କୁଙ୍କୁମ ଲଗାଇ ସଜ ହେବା ସହିତ ଦୋଳି ଖେଳି ରଜର ମଜା ନେଇଥିଲେ। ଦୁବାଇରେ ମଧ୍ୟ ରଜ ମହୋତ୍ସବ ବେଶ ଧୁମଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.3 ° C
    23.3 °
    23.3 °
    95 %
    2.7kmh
    100 %
    Sun
    23 °
    Mon
    26 °
    Tue
    22 °
    Wed
    25 °
    Thu
    27 °

    ସମ୍ବନ୍ଧିତ