Sunday, October 4, 2026
28.6 C
Odisha

    ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଦୁଷ୍କର୍ମ ମାମଲାରେ ଛନ୍ଦି ହେଲେ ବିଧାୟକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଜନନାୟକ ଜନତା ପାର୍ଟି ( ଜେଜେପି)ର ବିଧାୟକ ଥିବା ରାମନିବାସ ସୁରଜାଖେଡା ଓ ତାଙ୍କର ପିଏ ବିନୋଦ ଅସୁବିଧାରେ ଫସି ଯାଇଛନ୍ତି। ରାମନିବାସ ସୁରଜାଖେଡା ଓ ବିନୋଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଅଭିଯୋଗର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି।

    ଗତ ଦୁଇ ଦିନ ପୂର୍ବେ ପଞ୍ଜାବର ଜଣେ ମହିଳା ବିଧାୟକ ରାମନିବାସ ଓ ତାଙ୍କ ପିଏ ବିନୋଦଙ୍କ ବିରୋଧରେ ଥାନାରେ ଅଭିଯୋଗ କରି କହିଥିଲେ, ‘୩ ବର୍ଷ ପୂର୍ବେ ଅର୍ଥାତ ୨୦୨୧ ମସିହାରେ ମୋତେ ଚାକିରି ଦେବା ବାହାନାରେ ବିଧାୟକ ତାଙ୍କ ପାଖକୁ ଡାକିଥିଲେ। ସେଠାରେ ସେ ତାଙ୍କ ପିଏ ସହିତ ମିଶି ମୋତେ ମାନସିକ, ଶାରୀରିକ ଓ ଯୌନ ନିର୍ଯାତନା ଦେଇଥିଲେ।’

    ଏହି ଅଭିଯୋଗ ପୂର୍ବରୁ ମହିଳାଜଣକ ଗତ ମାର୍ଚ୍ଚ ମାସରେ ଜନନାୟକ ଜନତା ପାର୍ଟି ( ଜେଜେପି)ର ବିଧାୟକ ରାମନିବାସ ସୁରଜାଖେଡାଙ୍କ ବିରୋଧରେ ପଟିଆଲା ଥାନାରେ ମାମଲା ରୁଜୁ କରିଥିଲେ। ମାତ୍ର ପରେ ଆପୋଷ ବୁଝାମଣା ହୋଇଥିଲା। ଏବେ ପୁଣି ମହିଳା ବିଧାୟକଙ୍କ ବିରେ‌ୋଧ‌ରେ ଅଭିଯୋଗ କରିବା ପରେ ଏଥିପାଇଁ ତାଙ୍କୁ କିଏ ଚାପ ପକାଇଥିଲା କି ନାହିଁ ତାହାର ତଦନ୍ତ ହେଉଛି।

    ମହିଳାଙ୍କ ଏହି ଅଭିଯୋଗ ପରେ ବିଧାୟକ ରାମନିବାସ ସୁରଜାଖେଡା ସଫେଇ ଦେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି,‘ ହରିୟାଣା ବିଧାନସଭା ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଅଛି। ତେଣୁ ନିର୍ବାଚନ ପୂର୍ବରୁ ମୋ’ ବିରୋଧରେ ଏପରି ଷଡଯନ୍ତ୍ର କରି ମୋତେ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି। ରାଜନୀତି ଏତେ ତଳକୁ ଖସିଯିବ ମୁଁ କେ‌ବେ ଚିନ୍ତା ବି କରି ନଥିଲି। ଯାହାବି ହୋଇଯାଉ ମୁଁ ନଇଁବି ନାହିଁ। ମୁଁ ନିଜକୁ ନିର୍ଦ୍ଦୋଷ ପ୍ରାମଣ କରି ଦେଖାଇବି। କାରଣ ମୁଁ କ’ଣ କରିଛି କ’ଣ ନକରିଛି ତାହା ଜାଣିଛି। ଏଥିପାଇଁ ଯାହା ବି ଯାଞ୍ଚ କରାଯିବ ସବୁଥିରେ ସମର୍ଥନ କରିବି। କିନ୍ତୁ ଏହି ଘଟଣାର ତଦନ୍ତ ପାଇଁ ପ୍ରସ୍ତୁତ କରାଯାଇଥିବା ଏସଆଇଟି ଟିମକୁ ମୋର ଏତିକି ଅନୁରୋଧ କି ମାମଲାର ନିରପେକ୍ଷ ଯାଞ୍ଚ କରନ୍ତୁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ