Sunday, October 4, 2026
24.3 C
Odisha

    ଅଧିକ କି କମ୍‌ କରିଛି ବୋଲି ନୁହେଁ; ଭିନ୍ନ କରିଛି ବୋଲି ଲୋକେ ମନେରଖନ୍ତୁ…

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ନାଭାଲ ଟାଟା ବୁଧବାର ବିଳମ୍ବିତ ରାତିରେ ୮୬ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।ରତନ ଟାଟାଙ୍କ ମୃତ୍ୟୁ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଠାରେ ବିଶିଷ୍ଟ ଭାରତୀୟ ଶିଳ୍ପପତି ତାଙ୍କ ଉତ୍ତରାଧିକାରୀ ବିଷୟରେ କହୁଥିବାର ଦେଖିବାକୁ ମିଳିଛି ଏବଂ ତାଙ୍କ ମୃତ୍ୟୁ ପରେ ତାଙ୍କୁ କିପରି ସ୍ମରଣ କରିବାକୁ ଚାହିଁବେ।

    ସେ କହିଥିଲେ କି, ‘‘ଲୋକମାନେ ମୁଁ କିଛି ଭିନ୍ନ କରିଛି ବୋଲି ମନେ ରଖନ୍ତୁ। କମ୍‌ କି ବେଶି କରିଛି ବୋଲି ନୁହେଁ, ବରଂ ଭିନ୍ନ କରିଛି ବୋଲି ମନେ ରଖନ୍ତୁ ମୁଁ ଚାହେଁ।’’ ୨୦୧୮ ମସିହାରେ ସେ ଦେଇଥିବା ଏକ ସାକ୍ଷାତ୍‌କାରର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।ରତନ ଟାଟା ୧୯୯୧ ମସିହା ମାର୍ଚ ମାସରୁ ୨୦୧୨ ମସିହା ପର୍ଯ୍ୟନ୍ତ ଟାଟା ଗ୍ରୁପ୍‌ର ନେତୃତ୍ୱ ନେଇଥିଲେ। ତାଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟିକ ନେତା, ଦୟାଳୁ ଆତ୍ମା ​​ଏବଂ ଜଣେ ଅସାଧାରଣ ମଣିଷ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ସେ କହିଛନ୍ତି, “ଶ୍ରୀ ରତନ ଟାଟା ଜୀଙ୍କର ଏକ ଅନନ୍ୟ ଦିଗ ହେଉଛି ବଡ଼ ସ୍ୱପ୍ନ ଦେଖିବା ପ୍ରତି ତାଙ୍କର ଆଗ୍ରହ। ସେ ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ପଶୁ କଲ୍ୟାଣ ଆଦି ଦିଗରେ ଆଗରେ ଥିଲେ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ