Monday, September 28, 2026
23.6 C
Odisha

    ମହାପ୍ରଭୁଙ୍କ ରଥଯାତ୍ରା: ଆସନ୍ତାକାଲି ଆଜ୍ଞାମାଳ ବିଜେ

    ଆଗକୁ ପଢନ୍ତୁ

    ପୁରୀ; ଆସନ୍ତାକାଲି ଶ୍ରୀମନ୍ଦିର ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବା ପରେ ତିନିରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ। ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଏଥିପାଇଁ ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏ ବର୍ଷ ଅଧିକ ଭିଡ଼ ହେବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ଶୃଙ୍ଖଳିତ ଭାବେ ଘୋଷଯାତ୍ରା ସମ୍ପନ୍ନ କରିବା ଲାଗି ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ବିଧି ମୁତାବକ, ରଥଯାତ୍ରା ପୂର୍ବଦିନ ତିନିରଥରେ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଥାନ୍ତି। ତିନିରଥର ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ରଥ ନିକଟରେ ପହଞ୍ଚାନ୍ତି। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୁଏ। ତେଣୁ କାଲି ସକାଳଧୂପ ପରେ ସକାଳ ୮ଟା ୪୫ରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବା ଲାଗି ନୀତି ନିର୍ଘଣ୍ଟ ହୋଇଛି। ଏଥର ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବ। ଯେହେତୁ ଚଳିତବର୍ଷ ଅରସର ୧୩ ଦିନିଆ ପକ୍ଷ ପଡିଛି ତେଣୁ ଠାକୁର ଅଣସର ପିଣ୍ଡିରେ ଥିବେ। ତେଣୁ ପଟିଦିଅଁଙ୍କଠାରୁ ରଥ ଆଜ୍ଞାମାଳ ଆସିବା ପରେ ତିନିରଥ ସିଂହଦ୍ୱାର ସମ୍ମୁଖରେ ଲାଗିବ ଏବଂ ରବିବାର ଅନୁଷ୍ଠିତ ହେବ ରଥଯାତ୍ରା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ