Thursday, April 2, 2026
26 C
Odisha

    ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

    ଆଗକୁ ପଢନ୍ତୁ

    ପୁରୀ :ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ। ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ବାହାରିଥିଲା ରଥକାଠ। ୩ଟି ଟ୍ରକ୍‌ ଯୋଗେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୦୨ ଖଣ୍ଡ ରଥକାଠ ପହଞ୍ଚିଥିଲା। ସେଥିରୁ ୫୦ ଖଣ୍ଡ ଅସନ ଓ ୫୨ ଖଣ୍ଡ ଧଉରା କାଠ ରହିଥିବା ସୂଚନା ମିଳିଛି। ଆଗାମୀ ୧୪ ତାରିଖରେ ପବିତ୍ର ଶ୍ରୀପଞ୍ଚମୀ ଦିନ ରଥ କାଠ ପୂଜନ କରାଯିବ। ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ଗତ ବର୍ଷର ୫୩ ଖଣ୍ଡ କାଠ ବଳକା ରହିଛି। ଆବଶ୍ୟକୀୟ ମୋଟ ୮୧୨ ଖଣ୍ଡ କାଠ ଚିହ୍ନଟ ନେଇ ଗତ ବର୍ଷ ଡିସେମ୍ବର ୩୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟିମ ଯାଇ ଚିହ୍ନଟ କରିଥିଲେ। ଅବଶିଷ୍ଠ କାଠ ପର୍ଯ୍ୟାୟ କ୍ରମେ ପହଞ୍ଚାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ