Saturday, October 17, 2026
21.5 C
Odisha

    ରାଜ୍ୟ ବିକାଶରେ ଷୋଡଶ ଅଧିବେଶନ ସ୍ମରଣୀୟ ହୋଇ ରହିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:୨ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ ହୋଇଛି। ମୋଟ ୫ଦିନ ଚାଲିଥିଲ ବିଧାନସଭା। ଆଗକୁ ନିର୍ବାଚନ ଥିବାରୁ ଷୋଡଶ ବିଧାନସଭାର ଏହା ଥିଲା ଶେଷ ଅଧିବେଶନ। ୫ଦିନ ଧରି ଚାଲିଥିବା ଏହି ଅଧିବେଶନରେ ରାଜ୍ୟପାଳ ରଘୁବାର ଦାସ ପ୍ରଥମ କରି ଅଭିଭାଷଣ ରଖିଥିଲେ। ସ୍ୱଳ୍ପକାଳୀନ ଅଧିବେଶନରେ ଧନ୍ୟବାଦ ପ୍ରସ୍ତାବ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ ପାରିତ ହୋଇଛି। ଷୋଡଶ ବିଧାନସଭାର ଅନ୍ତିମ ଅଧିବେଶନ ହୋଇଥିବାରୁ ଭାବବିହ୍ୱଳ ହୋଇ ଶୁକ୍ରବାର ଗୃହକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିକାଶରେ ଷୋଡଶ ଅଧିବେଶନ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ୫ବର୍ଷରେ ବାଚସ୍ପତି, ଉପବାଚସ୍ପତି ଓ ବାଚସ୍ପତି ପ୍ୟାନେଲ ଗୃହ ପରିଚାଳନା ସୁଚାରୁରୂପେ କରିଥିଲେ। ସବୁ ଦଳର ନେତା ଓ ହ୍ୱିପମାନଙ୍କୁ ଗୃହ ପରିଚାଳନାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ବିଧାୟକମାନଙ୍କ ଯୋଗଦାନ ଓ ବତର୍କ ଉଚ୍ଚ କୋଟିର ରହିଛି। କଠିନ ପରିଶ୍ରମ କରି ଗୃହର ଖବର ପରିବେଷଣ କରିଥିବାରୁ ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ସବୁଠୁ ସ୍ମରଣୀୟ ଥିଲା ଶେଷ ଅଧିବେଶନର ଶେଷ ଦିନରେ ଫଟୋ ସେସନର ମୁହୂର୍ତ୍ତ। ଗୋଟିଏ ଫ୍ରେମରେ ନଜର ଆସିଥିଲେ ଉଭୟ ଶାସକ ଓ ବିରୋଧୀ। ଭାବବିହ୍ୱଳ ହୋଇପଡିଥିଲେ ସମସ୍ତ ବିଧାୟକ। ସବୁଦଳର ବିଧାୟକମାନେ ଏକାଠି ହୋଇଥିବା ବେଳେ ସମସ୍ତଙ୍କ ସହ ଫଟୋ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନେକ ବରିଷ୍ଠ ରାଜନୀତିରୁ ସନ୍ନ୍ୟାସ ନେବାକୁ ନିଷ୍ପତି ନେଇଥିବାରୁ ସମସ୍ତେ ପରସ୍ପର ସହ ହାତ ମିଶାଇ ଆଗାମୀ ଦିନ ପାଇଁ ଶୁଭେଛା ଜଣାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.5 ° C
    21.5 °
    21.5 °
    96 %
    1.1kmh
    100 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ