Sunday, July 5, 2026
24.3 C
Odisha

    ରତ୍ନଭଣ୍ତାର ଭିତର ଲୋମଟାଙ୍କୁରା କଥା କହିଲେ ଜଷ୍ଟିସ ରଥ

    ଆଗକୁ ପଢନ୍ତୁ

    ପୁରୀ: ୪୬ ବର୍ଷ ପରେ ମହାପ୍ରଭୁଙ୍କର ରତ୍ନଭଣ୍ତାର ଖୋଲିଛି । ପ୍ରଥମ ଥର ପାଇଁ ଭିତର ରତ୍ନଭଣ୍ତାର ଖୋଲିଛି । ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରତ୍ନଭଣ୍ତାରକୁ ନେଇ ଅନେକ ଲୋକ ବିଶ୍ୱାସ ଥିଲା। କିଏ କହୁଥିଲେ ଏହାକୁ ଲୋକନାଥ ଜଗି ରହିଛନ୍ତି ତ କିଏ କହୁଥିଲେ ସାଆନ୍ତ ନାହାନ୍ତି ତାଙ୍କ ଘର ଫିଟାନା। ତେବେ ଅତ୍ୟନ୍ତ ସମର୍ପଣ ଭାବ ପାଇଁ ଏସବୁ ସମ୍ଭବପର ହୋଇପାରିଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି। ମହାପ୍ରଭୁଙ୍କ ଲୀଳା ଅପାର । ତେବେ ରତ୍ନଭଣ୍ତାର ଖୋଲିବା ସେ ମଧ୍ୟରେ କାର୍ଯ୍ୟ କରିବା ନିହାତି ଏକ ଅଲୌକିକ ବିଷୟ ବୋଲି ସେ କହିଛନ୍ତି । ଦୀର୍ଘ ୯ରୁ ୧୦ ଘଣ୍ଟା ରତ୍ନଭଣ୍ତାର ଭିତରେ ରହିବା, ଭୋକ ଶୋଷ ଭୁଲି ପ୍ରଭୁଙ୍କର କାର୍ଯ୍ୟ କରିବା, ଏସବୁ କେବଳ ଜଗନ୍ନାଥଙ୍କର କୃପା ବୋଲି ଜଷ୍ଟିସ ରଥ କହିଛନ୍ତି। ଏହା ଭିତରେ କୌଣସି କାର୍ଯ୍ୟକର୍ତ୍ତାଙ୍କୁ କିଛି ମଧ୍ୟ ଅସୁବିଧା ହୋଇ ନ ଥିଲା ବୋଲି ସେ କହିଛନ୍ତି । ବିନା ଖିଆ ପିଆରେ ଏତେ ଏତେ ଘଣ୍ଟା ଧରି ପ୍ରଭୁଙ୍କ କାର୍ଯ୍ୟ କରିବା ନିହାତି ଏକ ଅଲୌକିକ କଥା ବୋଲି ରଥ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.3 ° C
    24.3 °
    24.3 °
    98 %
    3kmh
    100 %
    Sun
    24 °
    Mon
    29 °
    Tue
    30 °
    Wed
    30 °
    Thu
    32 °

    ସମ୍ବନ୍ଧିତ