Saturday, October 3, 2026
22.1 C
Odisha

    ବିଦେଶୀ ପର୍ଯ୍ୟଟକ ରାୟଗଡ଼ା ଜିଲ୍ଲାକୁ ଆସି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିପାରିବେ: ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ରାୟଗଡ଼ା: ଖଣି ଖାଦାନ ଭରା ରାୟଗଡା ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଯଥେଷ୍ଟ ସମ୍ଭାବନା ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ରାୟଗଡ଼ା ଜିଲ୍ଲାକୁ ଏକ ନମ୍ବର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର କହିଛନ୍ତି। ବିଦେଶୀ ପର୍ଯ୍ୟଟକମାନେ ରାୟଗଡା ଜିଲ୍ଲାକୁ ଆସି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିପାରିବେ। ସେ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି।

    କାଶୀପୁରରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ବ୍ଲକ କାର୍ଯ୍ୟାଳୟରେ ପର୍ଯ୍ୟଟନ ବିଭାଗ, ମିସନଶକ୍ତି, ଖଣି ଓ ଇସ୍ପାତ ଓ ପରିବହନ ବିଭାଗର ସମୀକ୍ଷା କରିଥିଲେ। ବୈଠକରେ ବାଣିଜ୍ୟ ପରିବହନ ଓ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା ମଧ୍ୟ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପଚାରିଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନମିଳିବାରୁ ଉପମୁଖ୍ୟମନ୍ତ୍ରୀ ତାଗିଦ କରିଥିଲେ। ଏଥିସହ ପୂର୍ବସରକାର ପରି ପ୍ରିୟାପ୍ରୀତି ଚାଲିବ ନାହିଁ ବୋଲି କହିଥିଲେ। ମିସନଶକ୍ତିର ମହିଳାମାନେ ଯେପରି ନିଜ ଉତ୍ପାଦିତ ଦ୍ରବ୍ୟର ବିକ୍ରି ବଟା କରି ନିଜେ ଦୁଇପଇସା ରୋଜଗାର କରିପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ଉଦ୍ୟମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

    ସମୀକ୍ଷା ବୈଠକ ପରେ କାଶୀପୁର ସହରର ହନୁମାନ ମନ୍ଦିର ପାର୍ଶ୍ୱରେ ନବନିର୍ମିତ ହୋଇଥିବା ଶ୍ରୀଶ୍ରୀଗିରି ଗୋବର୍ଦ୍ଧନ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲ। କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.1 ° C
    22.1 °
    22.1 °
    84 %
    1.2kmh
    34 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ