Thursday, March 26, 2026
24.3 C
Odisha

    ୭ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ଆବଶ୍ୟକ ପଡ଼ିଲେ ରାଜ୍ୟସ୍ତରୀୟ ଟିମ୍‌ ମାଥିଲି ଯିବେ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲିରେ ଝାଡାବାନ୍ତି ବ୍ୟାପିବା ପ୍ରସଙ୍ଗ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୧୫ ଜଣ ଲୋକ ଗୋଟିଏ ଗାଁରୁ ପ୍ରଭାବିତ ହୋଇଛନ୍ତି। ବ୍ଲକ ଆରଆରଟି ଟିମ ଘଟଣାସ୍ଥଳକୁ ଯାଇ ଆଲର୍ଟ ରହିଛନ୍ତି। ଜିଲ୍ଲା ଆରଆରଟି ଟିମ୍‌ ମଧ୍ୟ ପହଁଚୁଛି। ୭ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାଣି ଓ ଖାଦ୍ୟ ଦ୍ୱାରା ଝାଡ଼ାବାନ୍ତି ବ୍ୟାପିଥାଏ। ତେଣୁ ସ୍ୱଚ୍ଛ ପାଣି ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ପାଣିର ମାନ ଯେଉଁଭଳି ପରୀକ୍ଷା କରାଯିବ ସେ ନେଇ ନିର୍ଦେଶ ଦିଆଯାଇଛି। ପିଲାଙ୍କ ମଧ୍ୟାହ୍ନ ଭୋଜନ ଯେଉଁଭଳି ସ୍ଵଛ ଓ ତାର ମାନ ଭଲ ରହେ ତାହାକୁ ଗୁରୁତ୍ୱ ଦିଆଯାଉଛି। ଏହାକୁ ମନିଟର କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆବଶ୍ୟକ ପଡ଼ିଲେ ରାଜ୍ୟସ୍ତରୀୟ ଟିମ ମଧ୍ୟ ଘଟଣାସ୍ଥଳକୁ ପଠାଯିବ।

    ସୂଚନାଯୋଗ୍ୟ, ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଞ୍ଚାୟତ କପରା ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ସାତ ଜଣ ଆକ୍ରାନ୍ତଙ୍କୁ ମାଥିଲି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଚାରିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗାଁରେ ଅନ୍ୟ ଲୋକମାନେ ମଧ୍ୟ ଆକ୍ରାନ୍ତ ହୋଇ ଥିବାର ଜଣାପଡିଛି। ଝାଡ଼ାବାନ୍ତିର କାରଣ ଜଣାପଡି ନାହିଁ। ଦୂଷିଦ ପାଣି ପାଇଁ ଏପରି ଘଟିଥିବାର ସନ୍ଦେହ କରାଯାଉଛି। ଘଟଣା ଜଣାପଡ଼ିବା ପରେ ଏକ ଡାକ୍ତରୀ ଟିମ ଗାଁରେ ପହଂଚି ତଦନ୍ତ କରିବ। ଶିବିରରେ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ ବୋଲି ଡାକ୍ତର କହିଛନ୍ତି। ଅକ୍ରାନ୍ତଙ୍କୁ ଭେଟିବା ପାଇଁ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପହଞ୍ଚିଥିଲେ। ସେ ସମସ୍ତ ପାଖକୁ ଯାଇ ସ୍ଥିତି ପରଖି ଥିଲେ ଓ ଲୋକେ କେମିତି ସୁସ୍ଥ ହୋଇ ଘରକୁ ଫେରିବେ ସେନେଇ ଡକ୍ଟରମାନଙ୍କ ସହିତ ଆଲୋଚନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    57 %
    0.4kmh
    1 %
    Thu
    37 °
    Fri
    39 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ