Wednesday, July 23, 2025
25.5 C
Odisha

    ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ୬୦ ହଜାରକୁ ବଢିବ ସିଟ୍ ସଂଖ୍ୟା, ୩ ବର୍ଷ ମଧ୍ୟରେ ସରିବ ନିର୍ମାଣ

    ଆଗକୁ ପଢନ୍ତୁ

    ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ବଦଳିଯିବ ଷ୍ଟାଡିୟମର ରୂପରେଖ । ଏନେଇ ଆଜି ସକାଳୁ ୫-ଟି ଅଧକ୍ଷ ଭିକେ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିବା ପରେ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମର ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟକୁ ତର୍ଜମା କରିଛନ୍ତି । ଆସନ୍ତା ୨୭ ତାରିଖରେ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ୪୪ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ଏବଂ ଏଥିରେ ବକେଟ ସିଟ୍ ରହିବ । ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।ବିସିସିଆଇ , ରାଜ୍ୟ ସରକାର ଓ ଓସିଏର ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯିବ । ମୋଟ ୬୦୦ କୋଟି ଟଙ୍କାର ଅଟକଳରେ ହେବ ପୁନଃ ନିର୍ମାଣ। ଏହି ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ବାରବାଟୀ ଷ୍ଟାଡିୟମର ନବକଳେବର ଦ୍ୱାରା କ୍ରୀଡାବିତଙ୍କୁ ନାନାଦି ସୁବିଧା ସୁଯୋଗ ମିଳିବ । ଗୋଟିଏ ସ୍ଥାନରେ କ୍ରୀଡାବିତ ରହିବା ସହ ଖେଳିପାରିବେ । ସେହିଭଳି ଷ୍ଟାଡିୟମର ନବକଳେବର ପରେ ଅଧିକରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବାରବାଟୀକୁ ଫେରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.5 ° C
    25.5 °
    25.5 °
    85 %
    0.9kmh
    31 %
    Tue
    25 °
    Wed
    32 °
    Thu
    31 °
    Fri
    25 °
    Sat
    25 °

    ସମ୍ବନ୍ଧିତ