Wednesday, September 25, 2024
23.8 C
Odisha

    ଟପ୍ ଆଇପିଏସସ୍ତରରେ ଖୁବଶୀଘ୍ର ଅଦଳବଦଳ ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଟପ୍ ଆଇପିଏସ ସ୍ତରରେ ଖୁବଶୀଘ୍ର ଅଦଳବଦଳ ସମ୍ଭାବନା । ଦିନେ ଦୁଇଦିନ ଭିତରେ ବଡ଼ ଧରଣର ଅଦଳବଦଳ ହୋଇପାରେ । ଭରତପୁର ଥାନାରେ ନିର୍ଯାତନା ଘଟଣାରେ ଏବେ ଚର୍ଚ୍ଚା ଜାରି ରହିଥିବା ବେଳେ ଆଇପିଏସ ସ୍ତରରେ ଅଦଳବଦଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

    ଜିଲ୍ଲା ସ୍ତରରେ ଏସପି ଓ କମିଶନରେଟ୍ ପୋଲିସର ଡିସିପି ସ୍ତରରେ ମଧ୍ୟ ଅଦଳବଦଳ ନେଇ ଚାଲିଛି ବିଚାରବିମର୍ଶ । ଚଳିତ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ରାଜ୍ୟ ପୋଲିସ ଟପ୍ କପ୍ ତାଲିକାରେ ରହିଛନ୍ତି ଅରୁଣ ଷଡଙ୍ଗୀ, ସୁଧାଂଶୁ ଷଡଙ୍ଗୀ, ସଞ୍ଜୀବ ପଣ୍ଡା,ଯଶବନ୍ତ ଜେଠୱା,ସୌମେନ୍ଦ୍ର ପ୍ରିୟଦର୍ଶୀ ,ଅରୁଣ ବୋଥ୍ରାଙ୍କ ଭଳି ଚେହେରା ।

    ଏମାନଙ୍କ ଭିତରୁ କାହାକୁ କେଉଁଠି ନିଯୁକ୍ତି ମିଳିବ ତାକୁ ନେଇ ପାୱାର କରିଡରରେ ଆରମ୍ଭ ହୋଇଛି ଚର୍ଚ୍ଚା । କେବଳ ଟପ୍ କପ୍ ନୁହେଁ ଜିଲ୍ଲାସ୍ତରରେ ମଧ୍ୟ ଏସପି ସ୍ତରରେ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି । ଏହା ପୂର୍ବରୁ ଜିଲ୍ଲାପାଳ ସ୍ତରରେ ଅଦଳବଦଳ ହୋଇଛି । ଏବେ ୨୦ରୁ ଅଧିକ ଜିଲ୍ଲାରେ ଏସପି ମଧ୍ୟ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    92 %
    0.9kmh
    100 %
    Tue
    24 °
    Wed
    29 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ