Saturday, July 20, 2024
28.1 C
Odisha

    ଜଳ ସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ସମୀକ୍ଷା କରିବା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି, ବନ୍ୟାକୁ ନେଇ ବିଭାଗ କେତେ ପ୍ରସ୍ତୁତ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଦୁର୍ବଳ ନଦୀ ବନ୍ଧ ଗୁଡ଼ିକ ଅଧିକ ସୁଦୃଢ କରିବା ଓ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଫିସରମାନଙ୍କୁ ପ୍ରସ୍ତୁତ ରଖିବାକୁ ବି କୁହାଯାଇଛି। ତହସିଲଦାର ଏବଂ ଆମ ବିଭାଗ ଦୁର୍ବଳ ନଦୀବନ୍ଧ ଗୁଡିକର ତଦାରଖ କରୁଛନ୍ତି।ଜଳ ସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମେଗା ଲିଫ୍ଟ, ମାଇନର ଲିଫ୍ଟ ଇରିଗେଶନ ଏବଂ ଡିପ ବୋରୟଲ ଗୁଡିକ ଶୀଘ୍ର ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ତାହାର ଦିଆଯାଇଥିବା ପ୍ରତିଶ୍ରୁତି ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.1 ° C
    28.1 °
    28.1 °
    81 %
    1.9kmh
    29 %
    Sat
    28 °
    Sun
    29 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ