Sunday, September 6, 2026
24.3 C
Odisha

    ବିଶ୍ବବିଜେତା ହେବାପରେ ରୋହିତ ପିଚକୁ ପ୍ରଣାମ ଜଣାଇ ମୁଖ୍ୟରେ ଦେଲେ ପିଚର ମାଟି

    ଆଗକୁ ପଢନ୍ତୁ

    ବ୍ରିଜଟାଉନ : ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ଏହି ବିଜୟ ପରେ ରୋହିତ ଶର୍ମା ଭାବବି‌ହ୍ବଳ ହୋଇପଡ଼ିଥିଲେ। ଯାହାର ଏକ ଭିଡିଓକୁ ଆଇସିସି ସେୟାର କରିଛି।

    ଆଇସିସି ସେୟାର କରିଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଯେଉଁଥିରେ ରୋହିତ ଶର୍ମା ବିଶ୍ବ ବିଜେତା ହେବାପ‌ରେ ବାର୍ବାଡୋସର ପିଚକୁ ପ୍ରଣାମ ଜଣାଇ ତାର ମାଟିକୁ ମୁଖରେ ଦେଇଥିବା ଦେଖିବାକୁ ମିଳିଥିଲା। ରୋହିତଙ୍କ ଏହି ସ୍ବଭାବ ଦେଖି କ୍ରିକେଟପ୍ରେମୀ ଖୁବ ଖୁସି ହୋଇଯାଇଛନ୍ତି।

    ଫାଇନାଲ ଜିତିବା ପରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟି-୨୦ ଇଣ୍ଟରନ୍ୟାସନାଲରୁ ଗତ ଶନିବାର ଅବସର ନେଇଥିବା ଘୋଷଣା କରିଥିଲେ।

    ରୋହିତ ଶର୍ମା ଏହି ଅବସର ଘୋଷଣା କରି କହିଥିଲେ, ‘ଏହା ମୋର ଶେଷ ଟି-୨୦ ମ୍ୟାଚ୍ ଥିଲା। ଏହି ଫର୍ମାଟକୁ ବିଦାୟ ଦେବା ପାଇଁ ଏକ ଭଲ ସମୟ ଏହାଠାରୁ ଆଉ କିଛି ହୋଇପାରିବ ନାହିଁ। ମୁଁ ଟି-୨୦ ଇଣ୍ଟରନ୍ୟାସନାଲ୍‌ର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଛି । ରୋହିତ ଆହୁରି କହିଛନ୍ତି ଯେ ମୁଁ ଏହି ଫର୍ମାଟରେ ଖେଳୁଥିବା ଭାରତ ପାଇଁ ମୋର କ୍ୟାରିୟର ଆରମ୍ଭ କରିଥିଲି। ମୁଁ ବିଶ୍ୱକପ ଜିତିବାକୁ ଚାହୁଁଥିଲି।

    ଆଉ ଜିତିବି ଗଲି। ଏହାର ଖୁସିକୁ ଶବ୍ଦରେ ବ୍ୟାଖ୍ୟା କରିବା କଷ୍ଟକର ହେବ । ଏହା ମୋ ପାଇଁ ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ।ଏହି ଟାଇଟଲ୍ ପାଇଁ ମୁଁ ସବୁବେଳେ ଉତ୍ସାହିତ ଥିଲି। ଶେଷରେ ଏହି ମାଇଲଖୁଣ୍ଟ ହାସଲ କରି ମୁଁ ବହୁତ ଖୁସି ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.3 ° C
    24.3 °
    24.3 °
    89 %
    1.1kmh
    11 %
    Sun
    31 °
    Mon
    31 °
    Tue
    31 °
    Wed
    31 °
    Thu
    27 °

    ସମ୍ବନ୍ଧିତ