Saturday, October 17, 2026
21.9 C
Odisha

    ତାଲିବାନର ନାମ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇଲା ରୁଷିଆ

    ଆଗକୁ ପଢନ୍ତୁ

    ମସ୍କୋ: ଆଫଗାନିସ୍ତାନର ଶାସକ ତାଲିବାନ ପାଇଁ ରୁଷିଆରୁ ଏକ ଖୁସି ଖବର ଆସିଛି। ଆତଙ୍କବାଦୀ ସଂଗଠନ ତାଲିକାରୁ ତାଲିବାନକୁ ହଟାଇବାକୁ ରୁଷିଆ ନିଷ୍ପତ୍ତି ନେଇଛି। ରୁଷିଆର ନ୍ୟୁଜ୍ ଏଜେନ୍ସି ଟାସ୍ ଏହି ସୂଚନା ଦେଇଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ ଏହି ନିଷ୍ପତ୍ତି ସର୍ବୋଚ୍ଚସ୍ତରରେ ନିଆଯାଇଛି। ଆଫଗାନିସ୍ତାନ ଉପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱତନ୍ତ୍ର ପ୍ରତିନିଧୀ ଜାମିର କାବୁଲୋଭ କହିଛନ୍ତି ଯେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ଆଇନଗତ ପ୍ରକ୍ରିୟା ପାଳନ କରାଯିବା ଆବଶ୍ୟକ।ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରଠାରୁ ରୁଷିଆ ତାଲିବାନ ସହିତ ଧୀରେ ଧୀରେ ସମ୍ପର୍କ ସ୍ଥାପନ କରୁଛି। ଆତଙ୍କବାଦ ବିରୋଧୀ ଲଢ଼େଇରେ ଆଫଗାନିସ୍ତାନର ତାଲିବାନ ଆନ୍ଦୋଳନକୁ ସହଯୋଗୀ ବୋଲି ବିବେଚନା କରୁଥିବା ପୁଟିନ ଚଳିତ ବର୍ଷ ଜୁଲାଇରେ କହିଥିଲେ। ତେବେ ରୁଷିଆ ତାଲିବାନକୁ ବେଆଇନ ସଂଗଠନ ଭାବରେ ତାଲିକାଭୁକ୍ତ କରିଥିଲା।

    ଆଫଗାନିସ୍ତାନ ସମ୍ବନ୍ଧରେ ମସ୍କୋ ଫର୍ମାଟ୍ ବୈଠକ ଶୁକ୍ରବାର  ରୁଷିଆର ରାଜଧାନୀରେ ଚାଲିଛି। ରୁଷିଆ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସରୋଜ ଲାଭରୋବ ଏଥିରେ ଭାଗ ନେଇଛନ୍ତି। ଏହି ବୈଠକରେ ଭାରତ ମଧ୍ୟ ଭାଗ ନେଇଛି। ଭାରତକୁ ଯୁଗ୍ମ ସଚିବ ଜେପି ସିଂ ପ୍ରତିନିଧିତ୍ୱ କରୁଛନ୍ତି। ଜେପି ସିଂ ଏହା ପୂର୍ବରୁ ଆଫଗାନିସ୍ତାନ ଗସ୍ତ କରି ତାଲିବାନ ନେତାମାନଙ୍କୁ ଭେଟିଥିଲେ।

    ଶୁକ୍ରବାର  ଆଫଗାନିସ୍ତାନ ବିରୋଧରେ ପ୍ରତିବନ୍ଧକ ହଟାଇବାକୁ ରୁଷିଆ ପାଶ୍ଚାତ୍ୟଦେଶଙ୍କୁ ନିବେଦନ କରିଛି। ରୁଷିଆର ନ୍ୟୁଜ୍ ଏଜେନ୍ସି ସ୍ପୁଟ୍ନିକ୍ ଏ ବିଷୟରେ ସୂଚନା ଦେଇଛି। ସ୍ପୁଟନିକ ଅନୁଯାୟୀ, ରୁଷିଆ ବୈଦେଶିକ ମନ୍ତ୍ରୀ ସରୋଜ ଲାଭରୋଭ ମଧ୍ୟ ଆମେରିକା ଜବତ କରିଥିବା ସମ୍ପତ୍ତି ଫେରସ୍ତ ପାଇଁ କହିଛନ୍ତି। ଏହା ସହିତ ଆଫଗାନିସ୍ତାନରେ ତୃତୀୟ ଦେଶର ସାମରିକ ଭିତ୍ତିଭୂମି ନିୟୋଜନକୁ ରୁଷିଆ ବିରୋଧ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.9 ° C
    21.9 °
    21.9 °
    96 %
    1.5kmh
    100 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ