Thursday, May 2, 2024
39.7 C
Odisha

    ସେଞ୍ଚୁରିଅନ ଟେଷ୍ଟ : ୪୦୮ ରନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ପରିସମାପ୍ତି, ଭାରତଠାରୁ ୧୬୩ ରନରେ ଆଗୁଆ

    ଆଗକୁ ପଢନ୍ତୁ

    ସେଞ୍ଚୁରିଅନ : ସେଞ୍ଚୁରିଅନ ଟେଷ୍ଟର ୩ୟ ଦିବସ ଖେଳରେ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୯ ଓ୍ବିକେଟ ହରାଇ ୪୦୮ ରନ କରିଛି । ଦଳର ଅଧିନାୟକ ତେମ୍ବା ବାଭୁମା ଅହତ ଥିବାରୁ ବ୍ୟାଟିଂ କରିବାକୁ ଆସିନଥିଲେ, ଫଳରେ ଦଳର ଇନିଂସ ପରିସମାପ୍ତ ଘୋଷଣା କରାଯାଇଥିଲା ।  ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଭାରତଠାରୁ ୧୬୩ ରନରେ ଆଗୁଆ ହୋଇଯାଇଛି ।

    ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଡିନ ଏଲଗାର ୧୮୫ ରନ କରିଥିବାବେଳେ ଡେଭିଡ୍ ବ୍ରାଣ୍ଡିଙ୍ଗହାମ୍ ୫୬ ରନ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ ହୋଇଥିଲେ । ମାର୍କୋ ଜାନସେନ ଅପରାଜିତ ୮୪ ରନର ପାଳି ଖେଳିଥିଲେ । ସେହିପରି ଟୋନି ଡି ଜୋରଜି ୨୮ ରନ କରି ବୁମରାଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ଟି ଓ୍ବିକେଟ୍ ଓ ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ ଠାକୁର ଓ ଆର.ଅଶ୍ବୀନ ଗୋଟିଏ  ଲେଖାଏଁ ଓ୍ବିକେଟ ନେଇଥିଲେ ।

    ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମ ବ୍ୟାଟିଂ କରିଥିବା ଭାରତ ନିଜର ପ୍ରଥମ ଇନିଂସରେ ୨୪୫ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କେଏଲ ରାହୁଲ ୧୦୧ ରନ କରିଥିବାବେଳେ ବିରାଟ କୋହଲି ୩୮ ରନ ଓ ଶାର୍ଦ୍ଦୁଲ ଠାକୁର ୨୪ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.7 ° C
    39.7 °
    39.7 °
    13 %
    2.8kmh
    0 %
    Thu
    43 °
    Fri
    43 °
    Sat
    43 °
    Sun
    45 °
    Mon
    45 °

    ସମ୍ବନ୍ଧିତ