Tuesday, October 6, 2026
28.6 C
Odisha

    ସମ୍ଭଲ ହିଂସା: ସମାଜବାଦୀ ପାର୍ଟି ସାଂସଦଙ୍କ ବିରୋଧରେ ସଂଘାତିକ ଅଭିଯୋଗ

    ଆଗକୁ ପଢନ୍ତୁ

    ସମ୍ଭଲ: ସମ୍ଭଲ ହିଂସାକୁ ନେଇ ସମାଜବାଦୀ ପାର୍ଟି ସାଂସଦ ଜିଆଉର୍‌ ରହମାନ ବିରୋଧରେ ସଂଘାତିକ ଅଭିଯୋଗ ହୋଇଛି। ରବିବାର ଦିନ ଉତ୍ତରପ୍ରଦେଶର ସମ୍ଭଲରେ ହିଂସା ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏବେ ଅଭିଯୋଗ ହୋଇଛି ଯେ ଏହି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜିଆଉର୍‌ ରହମାନ। ସେ ହିଁ ଲୋକଙ୍କୁ ଉସୁକାଇ ହିଂସାକାଣ୍ଡ ଘଟାଇଛନ୍ତି।ଭିଜିଲାନ୍ସ ଏବେ ତାଙ୍କ ନାମରେ ଏକ ମାମଲା ରୁଜୁ କରି ସେ ଜନତାଙ୍କୁ ଉତ୍ତେଜିତ କରିଥିବା ଦର୍ଶାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ସାମ୍ପ୍ରଦାୟିକ କ୍ଷତି କରିଛନ୍ତି ବୋଲି ପୁଲିସ୍‌ କହିଛି। ଏହି ମାମଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି।

    ତେବେ ହିଂସା ସମୟରେ ସେ ସହର ବାହାରେ ଥିବାରୁ ପୁଲିସ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା କହି ସାଂସଦ ଏବଂ ତାଙ୍କ ଦଳ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

    ଉଲ୍ଲେଖଯୋଗ୍ୟ, ଏହି ମସଜିଦ ଏକ ହିନ୍ଦୁ ମନ୍ଦିର ସ୍ଥଳରେ ନିର୍ମିତ ହୋଇଥିବା ଦାବିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଇନଗତ ଲଢ଼େଇ ଏବେ ଭିନ୍ନ ମୋଡ଼ ନେଇଛି। ଜଣେ ଆଡଭୋକେଟ କମିସନରଙ୍କ ନେତୃତ୍ୱରେ  ରବିବାର ସର୍ଭେ ଟିମ୍ କାମ ଆରମ୍ଭ କରିବା ବେଳେ ମସଜିଦ୍ ନିକଟରେ ଭିଡ଼ ଜମିବାରୁ  ଉତ୍ତେଜନା ବଢ଼ିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଭୀଷଣ ହିଂସାର ରୂପ ନେଇଥିଲା। ପୁଲିସକୁ ମସଜିଦ ଭିତରକୁ ପ୍ରବେଶ କରିବାରୁ ରୋକିବାକୁ  ପ୍ରାୟ ହଜାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ସେମାନେ ପୁଲିସ କର୍ମଚାରୀଙ୍କ ଉପରକୁ ପ୍ରବଳ ପଥର ମାଡ଼ କରିଥିଲେ। ଏହା ସହ ଉତ୍ତ୍ୟକ୍ତ ଲୋକେ ୧୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ