Saturday, March 28, 2026
38.2 C
Odisha

    ସମ୍ବିଧାନରେ ଅହିଂସାକୁ ସାମିଲ କରିବାକୁ ଦାବି ଦୋହରାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସମ୍ବିଧାନରେ ଅହିଂସାକୁ ସାମିଲ କରିବା ଲାଗି ସଂସଦରେ ପୁଣି ଦାବି ଦୋହରାଇଛି ବିଜୁ ଜନତା ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର ଏନେଇ ରାଜ୍ଯସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତୀୟ ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’କୁ ସାମିଲ କରାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ନିବେଦନ ମଧ୍ୟ କରିଆସୁଛନ୍ତି । ଓଡ଼ିଶା ବିଧାନସଭାରେ ମଧ୍ୟ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି। ଏହାସତ୍ତ୍ବେ କେନ୍ଦ୍ର ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଆଜି ପୁଣି ଥରେ ସଂସଦରେ ଦାବି ଦୋହରାଇଛନ୍ତି ସାଂସଦ ସସ୍ମିତ ପାତ୍ର। ବାପୁଙ୍କ ବାଣୀ ଓ କର୍ମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଭାବିତ କରି ଆସିଛି। ସରକାରୀ ଯୋଜନା ହେଉ କି ସମାଜର ବିକାଶ ସବୁଥିରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇଛନ୍ତି ନବୀନ। ଏହି ଶବ୍ଦ ସହ ସମସ୍ତେ ପରିଚିତ ହେବା ଆବଶ୍ୟକ ମନେ କରି ଏହାକୁ ସମ୍ବିଧାନରେ ସାମିଲ କରିବା ଲାଗି ଚିନ୍ତା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ