Thursday, October 1, 2026
28.6 C
Odisha

    ଶନିବାର ଭାରତ-ପାକିସ୍ଥାନ ହାଇ ଭୋଲଟେଜ ମ୍ୟାଚ, କେବେ କେଉଁଠି ଲାଇଭ ଦେଖିବେ

    ଆଗକୁ ପଢନ୍ତୁ

    ବେଜିଂ: ଯେତେବେଳେ ବି ଭାରତ ଏବଂ ପାକିସ୍ଥାନ କ୍ରୀଡା କ୍ଷେତ୍ରରେ ମୁହାଁମୁହିଁ ହୁଅନ୍ତି, ଏହି ମ୍ୟାଚ ଉପରେ ସମଗ୍ର ବିଶ୍ୱର ଆଖି ଥାଏ। ଭାରତ-ପାକିସ୍ତାନ ମ୍ୟାଚ ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା ମ୍ୟାଚ ମଧ୍ୟରୁ ଅନ୍ୟତମ। କାରଣ ଏସବୁ ମ୍ୟାଚରେ ଉତ୍ତେଜନା ଶିଖରରେ ରହିଥାଏ। ଏହି କାରଣରୁ ଉଭୟ ଦେଶର ପ୍ରଶଂସକମାନେ ଉତ୍ସାହର ସହିତ ଏଭଳି ମ୍ୟାଚ ପାଇଁ ଅପେକ୍ଷା କରିଥାନ୍ତି। ପୁଣି ଥରେ ଏହି ସୁଯୋଗ ଆସିଛି ଯେତେବେଳେ ଖେଳ ପଡ଼ିଆରେ ଦୁଇ ଦେଶ ମଧ୍ୟରେ କଡ଼ା ଟକ୍କର ଶନିବାର ଅର୍ଥାତ୍‌‌ ସେପ୍ଟେମ୍ବର ୧୪ରେ ହେବାକୁ ଯାଉଛି।

    ଚୀନ୍‌‌ ଏସିଆନ ଚାମ୍ପିଅନ୍ସ ଟ୍ରଫି ୨୦୨୪ ହକି ମ୍ୟାଚ୍‌‌ ଆୟୋଜିତ କରୁଛି। ଯେଉଁଥିରେ ଭାରତ ଏବଂ ପାକିସ୍ଥାନ ମଧ୍ୟ ଭାଗ ନେଇଛନ୍ତି। ଏହି ଟୁର୍ନାମେଣ୍ଟ ସେପ୍ଟେମ୍ବର ୮ ରୁ ଆରମ୍ଭ ହୋଇଥିଲା ଯେଉଁଥିରେ ମ୍ୟାଚ ରାଉଣ୍ଡ ରୋବିନ ଆଧାରରେ ଖେଳାଯାଉଛି।

    ଏବେ ଏହି ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷର ପର୍ଯ୍ୟାୟ ଆସିଛି। କ୍ରମାଗତ ୪ ଟି ମ୍ୟାଚ ଜିତି ଭାରତ ସେମିଫାଇନାଲ ଟିକେଟ ସୁରକ୍ଷିତ କରିସାରିଛି। ଏହାର ପ୍ରଥମ ମ୍ୟାଚରେ ଭାରତ ଚାଇନାକୁ ୩-୦ ଏବଂ ପରେ ଜାପାନକୁ ୫-୧ରେ ଗୋଲ ଦେଇ ପରାସ୍ତ କରିଛି। ଏହା ପରେ ମାଲେସିଆ ତୃତୀୟ ମ୍ୟାଚରେ ୮-୧ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଚତୁର୍ଥ ମ୍ୟାଚରେ ଭାରତ ଦକ୍ଷିଣ କୋରିଆକୁ ୩-୧ରେ ପରାସ୍ତ କରିଛି। ଏବେ ଭାରତ ଏହାର ୫ମ ମ୍ୟାେରେ ପାକିସ୍ତାନକୁ ଭେଟିବାକୁ ଯାଉଛି।

    ଅନ୍ୟପକ୍ଷରେ ପାକିସ୍ତାନ ଏହାର ୪ ଟି ମ୍ୟାଚ ମଧ୍ୟରୁ ୨ ଟି ଜିତି ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। ବର୍ତ୍ତମାନ ପାକିସ୍ତାନ ରାଉଣ୍ଡ ରୋବିନରେ ଭାରତ ବିପକ୍ଷ ଶେଷ ମ୍ୟାଚ ଖେଳିବ। ଯେଉଁଥିପାଇଁ ଉଭୟ ଦେଶର ପ୍ରଶଂସକ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ।
    ଏସିଆନ ଚାମ୍ପିଅନ୍ସ ଟ୍ରଫି ୨୦୨୪ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମ୍ୟାଚ ଚୀନର ହୁଲୁନବୁଇରେ ଖେଳାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.6 ° C
    28.6 °
    28.6 °
    65 %
    1.4kmh
    12 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ