Monday, March 16, 2026
23.6 C
Odisha

    SC/ST ଆଇନ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

    ଆଗକୁ ପଢନ୍ତୁ

    କଟକ: ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅନୁସାରେ ରୁଜୁ ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ଅଦାଲତରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତ କରାଯାଇପାରିବ । ଏହାକୁ ବାରଣ କରିବାକୁ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।ସିଆରପିସିରେ ଥିବା ବ୍ୟବସ୍ଥା ଅନୁସାରେ ଏପରି ମାମଲାରେ ଅଭିଯୁକ୍ତଙ୍କୁ ଅଦାଲତରେ ପ୍ରତି ତାରିଖରେ ବ୍ୟକ୍ତିଗତ ଭାବେ ହାଜିରା ପାଇଁ ବାଧ୍ୟ କରାଯାଇ ପାରିବନାହିଁ। ସିଆରପିସିରେ ଥିବା ବ୍ୟବସ୍ଥା ଅନୁସାରେ ବ୍ୟକ୍ତିଗତ ହାଜିରାରୁ ଅଭିଯୁକ୍ତ ଛାଡ଼ ପାଇପାରିବେ।ସିଆରପିସିର ଧାରା ୨୦୫ ଅନୁଯାୟୀ ଅଭିଯୁକ୍ତଙ୍କ ପାଇଁ ଏଭଳି ବ୍ୟବସ୍ଥା ରହିଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ବ୍ୟକ୍ତିଗତ ହାଜିରାରୁ ଛାଡ଼ ସଂପର୍କିତ ଅଭିଯୁକ୍ତଙ୍କ ଆବେଦନକୁ ଖାରଜ କରି ବାଲେଶ୍ବର ସ୍ବତନ୍ତ୍ର ଅଦାଲତ ପ୍ରଦାନ କରିଥିବା ୨୦୨୪ ଜାନୁଆରି ୨୪ର ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।ଧାରା ୨୦୫ ଅନୁସାରେ ଦାୟର ଆବେଦନକୁ ଖାରଜ କରି ସ୍ବତନ୍ତ୍ର ଅଦାଲତ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁପ ଘୋଷ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

    ସୂଚନା ଅନୁଯାୟୀ ଆବେଦନକାରୀ ଅଭିଯୁକ୍ତମାନେ ବିଦ୍ୟୁତ୍ ବିତରଣ କମ୍ପାନିର କର୍ମଚାରୀ ହୋଇଥିବା ବେଳେ ସେମାନଙ୍କ ବିରୋଧରେ ଏସ୍‌ସି/ ଏସ୍‌ଟି ଆଇନରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇବା ପାଇଁ ଆବେଦନକାରୀ ଦାଖଲ କରିଥିବା ଆବେଦନକୁ ନିମ୍ନ ଅଦାଲତ ଖାରଜ କରିଥିଲେ।ଏପରି ନିର୍ଦ୍ଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କ ନିୟମିତ ବ୍ୟକ୍ତିଗତ ହାଜିରା ଦ୍ବାରା ବିଦ୍ୟୁତ୍ ଯୋଗାଣ ସେବା ପ୍ରଦାନରେ ବିଭ୍ରାଟ ସୃଷ୍ଟି ହେବ ବୋଲି ଆବେଦନ‌କାରୀ ଦର୍ଶାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    41 %
    1.3kmh
    2 %
    Mon
    38 °
    Tue
    38 °
    Wed
    37 °
    Thu
    35 °
    Fri
    34 °

    ସମ୍ବନ୍ଧିତ