Wednesday, October 7, 2026
22.5 C
Odisha

    ମୋଜ୍‌ତାବାଙ୍କ ପାଇଁ ୧୦ ନିୟୁତ ଡଲାର ପୁରସ୍କାର ଘୋଷଣା

    ଆଗକୁ ପଢନ୍ତୁ

    ୱାଶିଂଟନ  : ଇରାନର ନବନିର୍ବାଚିତ ସର୍ବୋଚ୍ଚ ଧର୍ମଗୁରୁ ମୋଜତାବା ଖାମେନେଇ ଏବଂ ଇରାନ ସେନାର କେତେକ ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ସୂଚନା ଦେଲେ ୧୦ ନିୟୁତ ଡଲାର ପୁରସ୍କାର ପ୍ରଦାନ କରାଯିବ ବୋଲି ଆମେରିକାର ବିଦେଶ ମନ୍ତ୍ରଣାଳୟ ଘୋଷଣା କରିଛି। ଅନ୍ୟ ଅଧିକାରୀଙ୍କ ମଧ୍ୟରେ ସେନାର ଉପମୁଖ୍ୟ ଅଲୀ ଅସଗର ହେଜାଜି, ଗୃହ ମନ୍ତ୍ରୀ ଇସ୍କନ୍ଦର ମୋମେନି, ମେଜର ଜେନେରାଲ ୟାହିୟା ରହିମ ସଫାଭୀ, ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନ୍‌ସିଲ ସଚିବ ଅଲୀ ଲାରିଜାନି ସାମିଲ ଅଛନ୍ତି।

    ଏହି ଅଧିକାରୀମାନେ ଇରାନର ‘ଇସ୍‌ଲାମିକ ରିଭୋଲ୍ୟୁସନାରୀ ଗାର୍ଡସ କର୍ପସ’କୁ ପରିଚାଳନା କରୁଛନ୍ତି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏବଂ ଆମେରିକୀୟଙ୍କୁ ହତ୍ୟା କରୁଥିବାରୁ ଆମେରିକା ୨୦୧୯ରୁ ରିଭୋଲ୍ୟୁସନାରୀ ଗାର୍ଡସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିସାରିଛି। ଯେଉଁ ବ୍ୟକ୍ତି ମୋଜତାବା ଏବଂ ସେନା ଅଧିକାରୀଙ୍କ ସମ୍ପର୍କରେ ସୂଚନା ଦେବେ, ତାଙ୍କୁ ଅନ୍ୟ କୌଣସି ରାଷ୍ଟ୍ରରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ