Sunday, October 4, 2026
24.3 C
Odisha

    ଏସ୍‌ଆରସିଙ୍କ ସୂଚନା: ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ୧୪ଟି ଜିଲ୍ଲାରେ ସ୍କୁଲ ଛୁଟି ନେଇ ଘୋଷଣା କରାଯାଇଛି। ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ନେଇ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ଦେଓ ରଂଜନ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

    ଏସ୍‌ଆରସି ଶ୍ରୀ ସିଂ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାର ସ୍କୁଲ ଛୁଟି ରହିବ। ଏଗୁଡ଼ିକ ହେଲା ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା।

    ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପୁରୀ-ସାଗରଦୀପ ମଝିରେ ଲ୍ୟାଣ୍ଡଫଲ କରିବ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଅତି ଭୀଷଣ ରୂପ ନେଇ ବାତ୍ୟା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ। କିନ୍ତୁ ଅତିବେଶିରେ ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇାପାରେ।
    ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାତ୍ୟା ସମୟରେ ଏହି ସବୁ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପିଛା ୬୦ରୁ ୯୦କିମି ରହିବ। ଅତ୍ୟଧିକ ପବନର ବେଗ ୧୦୦କିମି ପର୍ଯ୍ୟନ୍ତ ରହିପାରେ। ସେହିପରି ପବନର ବେଗ ଘଣ୍ଟା ପିଛା ୫୦ରୁ ୬୦କିମି ହେବାକୁ ଥିଲା ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ନୟାଗଡ଼ ଓ ଗଂଜାମ। ଏହି ସବୁ ଜଲ୍ଲାରେ ପବନର ବେଗ ଘଣ୍ଟା ପିଛା ସର୍ବାଧିକ ୭୦ କିମି ରହିପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ